ରାଜସ୍ଥାନ କୋଟାରୁ ଆମ୍ନାକୁ ଆସୁଛି ଛାତ୍ର ସାତ୍ମହତ୍ୟା ଘଟଣା

ରାଜସ୍ଥାନ : ବଢୁଛି ଛାତ୍ର ଆତ୍ମହତ୍ୟା ଘଟଣା । ଏଭଳି ଘଟଣା ବାରମ୍ବାର ରାଜସ୍ଥାନ କୋଟାରୁ ସାମ୍ନାକୁ ଆସୁଛି । ୨୪ ଘଣ୍ଟା ମଧ୍ୟରେ ପୁଣି ଆତ୍ମହତ୍ୟା କରିଛନ୍ତି ଆଉ ୨ ଛାତ୍ର । ଜଣଙ୍କ ପରେ ଜଣେ ଛାତ୍ର ଆତ୍ମହତ୍ୟା କରୁଛନ୍ତି । ଯାହା ଏବେ ଚିନ୍ତାର ବିଷୟ ପାଲଟିଛି । ଡାକ୍ତରୀ ପଢିବା ଆଶାରେ ନିଟରେ କୃତକାର୍ୟ୍ୟ ହେବା ଆଶା ରଖିଥିଲେ ଛାତ୍ର। ମାତ୍ର ପରୀକ୍ଷା ହଲରୁ ବାହାରିବାର ମାତ୍ର କିଛି ସମୟ ପରେ ୨ ଛାତ୍ର ଆତ୍ମହତ୍ୟା କରିଛନ୍ତି। ୨ ଛାତ୍ରଙ୍କ ମଧ୍ୟରୁ ଜଣେ ମହାରାଷ୍ଟ୍ରର ଏବଂ ଅନ୍ୟ ଜଣେ ବିହାରର ବୋଲି ଜଣାପଡିଛି । କୋଟାରେ ଏବେ ପ୍ରାୟ ୩ ଲକ୍ଷ ଛାତ୍ର ରହି କୋଚିଂ ନେଉଥିବାବେଳେ ଛାତ୍ର ଆତ୍ମହତ୍ୟା ମାମଲା ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨ ମାସ ପର୍ୟ୍ୟନ୍ତ ପରୀକ୍ଷା ବନ୍ଦ ପାଇଁ କୋଚିଂ ସେଂଟର ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। କୌଣସି ବି କୋଚିଂ ସେଂଟର ୨ ମାସ ମଧ୍ୟରେ କିଛି ଟେଷ୍ଟ କରିପାରିବେନି ।