ପାରାଦୀପ /ପ୍ରଶାନ୍ତ କୁମାର ସ୍ଵାଇଁ: ପ୍ରସ୍ତାବିତ ଜେଏସଡବ୍ଲୁ ଅଞ୍ଚଳ ଗୋବିନ୍ଦପୁରରେ ହରିଣ ମୃତ୍ୟୁକୁ ନେଇ ଚର୍ଚ୍ଚା । ଆଜି ଭୋର ସକାଳ ସମୟରୁ କମ୍ପାନିର ସିକ୍ୟୁରିଟି ଓ କିଛି ଲୋକ ମୃତ ହରିଣକୁ ଏକ ଟ୍ରାକଟର ସାହାଯ୍ୟରେ ନେଇଯାଇଥିବା ବେଳେ କେହି ଜଣେ ପଛପଟୁ ଏହାର ଭିଡ଼ିଓ କରିଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ଟି ଏବେ ବିଭିନ୍ନ ମୋବାଇଲ ଆଉ ସାମାଜିକ ଗଣମାଧ୍ୟମ ରେ ଭାଇରାଲ ହେଉଥିବା ବେଳେ ପ୍ରସ୍ତାବିତ ଅଞ୍ଚଳରେ ବନ୍ୟପ୍ରାଣୀ ସୁରକ୍ଷା କୁ ନେଇ ଉଠିଛି ପ୍ରଶ୍ନ । କିଛି ଦିନ ତଳେ ପାରାଦୀପ ତୈଳ ବିଶୋଧନାଗାର ଫାଟକ ପାଖରେ ଏକ ହରିଣ ମରି ପଡିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ତେବେ କମ୍ପାନୀ କରିବା ନ୍ୟାୟରେ ଜଙ୍ଗଲ ନଷ୍ଟ , ବାଲି ଲୁଟ ପରେ ଏବେ ହରିଣ ଶିକାର ଚାଲିଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଥିବା ଶୁଣିବାକୁ ମିଳୁଛି । ଜଙ୍ଗଲ କ୍ଷୟକ୍ଷତି ପରେ ବନ୍ୟପ୍ରାଣୀ ଗୁଡିକ ଜନବସତି ଆଡ଼କୁ ମୁଁହାଇଥିବା ବେଳେ ଏହି ହରିଣ କୁ କିଛି ଶିକାରୀମାନେ ଜାଲ଼ ବସାଇ ଧରିବା ପାଇଁ ଯୋଜନା କରିଥିବା ବେଳେ ହରିଣ ଟି ଜାଲ଼ ରେ ପଡି ମୃତ୍ୟୁ ହୋଇଥିବା ଚର୍ଚା ଆରମ୍ଭ ହେଲାଣି । ବନ ବିଭାଗକୁ ଖବର ନଦେଇ କମ୍ପାନୀ କିଭଳି ନିଜ ସିକ୍ୟୁରିଟି ମାନଙ୍କ ଦ୍ଵାରା ଭୋର ସମୟରେ ଟ୍ରାକଟର ସାହାଯ୍ୟରେ ମୃତ୍ୟୁ ହୋଇଥିବା ଜାଗାରୁ ଅନ୍ୟତ୍ର ସ୍ଥାନାନ୍ତରିତ କରୁଥିଲେ ତାହା ଏବେ ତଦନ୍ତ ସାପେକ୍ଷ । ପରିବେଶ ସଙ୍କ୍ରାନ୍ତୀୟ ମାମାଲାରେ ଗ୍ରୀନ୍ ଟ୍ରିବୁନାଲ କମ୍ପାନୀ କୁ ଛାଟ ଦେଇ ପରବର୍ତ୍ତୀ ଆଦେଶ ପର୍ୟ୍ୟନ୍ତ କୌଣଷି କାର୍ୟ୍ୟ ନକରିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଗଛ , ବାଲି ଲୁଟ ପରେ ଏବେ ହରିଣ ଶିକାର କେତେଦୂର ସମୀଚୀନ ତାହା ତଦନ୍ତ ହେବା ଜରୁରୀ । ଖବର ପାଇ କୁଜଙ୍ଗ ବନବିଭାଗ ଉକ୍ତ ଅଞ୍ଚଳକୁ ଯାଉଥିବା ଜଣାପଡିଛି ।