ପୁରୀ : ଅନେକ ବିବାଦ ପରେ କାଲି ହେବ ମହାପ୍ରଭୁଙ୍କ ବନକଲାଗି ନୀତି । ଆସନ୍ତାକାଲି ଶ୍ରାବଣ ମଳ କୃଷ୍ଣ ନବମୀ ତିଥିରେ ଶ୍ରୀବିଗ୍ରହ ମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ସନ୍ଧ୍ୟା ୬ଘଣ୍ଟାରୁ ରାତି ୧୧ଟା ଭିତରେ ଏହି ନୀତି ସମ୍ପାଦିତ ହେବ। ଏହି ନୀତି ଚାଲୁଥିବା ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ନୀଳାଦ୍ରି ବିଜେ ପରଠୁ ଶ୍ରୀଜିଉଙ୍କର ବନକଲାଗି ନୀତି ହୋଇ ନାହିଁ । ନିକଟରେ ଶ୍ରୀମନ୍ଦିର ପରିଚାଳନା ବୈଠକରେ ବିଚାରବିମର୍ଶ ପରେ ଏହି ନୀତି କରିବାକୁ ଦତ୍ତମହାପାତ୍ର ସେବକ ରାଜି ହୋଇଥିଲେ।