ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ହଟାୱାରୁ ବିଜେପି ସାଂସଦ ରାମ ଶଙ୍କର କଠେରିଆ ଏକ ମାମଲାରେ ଆଗ୍ରା କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସାଂସଦ-ବିଧାୟକ କୋର୍ଟ କଠେରିଆଙ୍କୁ ଧାରା ୧୪୭ ଏବଂ ୩୨୩ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି। ବିଜେପି ସାଂସଦ ଭଙ୍ଗାରୁଜା ଓ ଦଙ୍ଗା ଭଳି ପରିସ୍ଥିତି ସୃଷ୍ଟି କରି ସାକେତ ମଲରେ ଥିବା ଟୋରେଣ୍ଟ କମ୍ପାନୀର କାର୍ୟ୍ୟାଳୟକୁ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ୧୬ ନଭେମ୍ବର ୨୦୧୧ ରେ ହୋଇଥିଲା।ଏହି ମାମଲାରେ କୋର୍ଟ ତାଙ୍କୁ ଦୁଇ ବର୍ଷଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିତ ୫୦ ହଜାର ଜରିମାନା କରାଯାଇଛି। ଏଭଳି ପରିସ୍ଥିତିରେ ରାମ ଶଙ୍କର କଠେରିଆଙ୍କ ସଂସଦ ସଦସ୍ୟତା ସମାପ୍ତ ହୋଇପାରେ।
ତେବେ ସୂଚନା ଯେ, ଟୋରେଣ୍ଟ ପାୱାର ଲିମିଟେଡ ଆଗ୍ରାର ସାକେତ ମଲ ଅଫିସରେ ମ୍ୟାନେଜର ଭାବେଶ ରସିକ ଲାଲ ଶାହାଙ୍କ ଉପରେ, ସ୍ଥାନୀୟ ସାଂସଦ ରାମ ଶଙ୍କର କଠେରିଆଙ୍କ ସହ ଆସିଥିବା ୧୦ ରୁ ୧୫ ସମର୍ଥକ ଭାବେଶ ରସିକ ଲାଲ ଶାହାଙ୍କ କାର୍ୟ୍ୟାଳୟରେ ପ୍ରବେଶ କରି ତାଙ୍କ ସହ ମାଡପିଟ ଆରମ୍ଭ କରିଥିଲେ, ଯେଉଁଥିପାଇଁ ସେ ସେ ଗୁରୁତର ଆହତ ହୋଇଥିଲେ।
କଠେରିଆ ଏବଂ ତାଙ୍କ ସମର୍ଥକଙ୍କ ବିରୋଧରେ ମାମଲା ଦାୟର କରାଯାଇଥିଲା
ଏହା ପରେ ଟୋରେଣ୍ଟ ପାୱାରର ସୁରକ୍ଷା ଇନ୍ସପେକ୍ଟର ହରିପର୍ବତ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ଏହି ପରିପ୍ରେକ୍ଷୀରେ ହରିପର୍ବତ ପୋଲିସ ଷ୍ଟେସନ ସାଂସଦ ରାମ ଶଙ୍କର କାଠେରିଆଙ୍କ ବିରୋଧରେ ଚାର୍ଜସିଟ ପଠାଇଥିଲେ। ଏହି ମାମଲାରେ ସାକ୍ଷ୍ୟ ଏବଂ ବିତର୍କ ପ୍ରକ୍ରିୟା ଶେଷ ହେବା ପରେ ଶନିବାର ଦିନ ଏହି ରାୟ ଘୋଷଣା କରାଯାଇଥିଲା।