ମୁମ୍ବାଇ: ବୁର୍ଖା ପିନ୍ଧୀବାକୁ ନେଇ ମୁମ୍ବାଇର ଏକ କଲେଜ ଉତ୍ତେଜନା ସୃଷ୍ଟି ହୋଇଛନ୍ତି । ବୁର୍ଖା ପିନ୍ଧିଥିବା କଲେଜ କ୍ୟାମ୍ପସରେ ପ୍ରବେଶ ଅନୁମତି ନ ମିଳିବାକୁ ନେଇ ହଙ୍ଗାମା ହୋଇଥିଲା । ତେବେ ଅଭିଭାବକ ଏବଂ ଛାତ୍ରଙ୍କ ବିରୋଧ ପରେ ବରିଷ୍ଠ ପୋଲିସ ଅଧିକାରୀ ଏଥିରେ ହସ୍ତକ୍ଷେପ କରିଥିଲେ । ଯାହା ପରେ କଲେଜ ପ୍ରଶାସନ ଛାତ୍ରୀଙ୍କୁ ଅନୁମତି ଦେଇଥିଲେ । ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଚେମ୍ବୁରରେ ଅବସ୍ଥିତ ଏହି କଲେଜରେ ସୁରକ୍ଷା କର୍ମୀମାନେ ଛାତ୍ରୀମାନଙ୍କୁ ପ୍ରବେଶ କରିବା ପୂର୍ବରୁ ସେମାନଙ୍କ ବୁର୍ଖା କାଢିବାକୁ କହିଥିଲେ । ଗଲେଜର ନିଜସ୍ୱ ୟୁନିଫର୍ମ ଅଛି ବୋଲି ସୁରକ୍ଷା କର୍ମୀ କହୀଥିଲେ । ସୁରକ୍ଷା କର୍ମୀମାନେ ପ୍ରବେଶ କରିବାକୁ ମନା କରିବା ପରେ ଏକ ବିବାଦ ଉପୁଜିଥିଲା । ଏହା ପରେ ସମ୍ପୃକ୍ତ ଛାତ୍ରୀମାନେ ଅଭିଭାବକଙ୍କୁ ନେଇ କଲେଜ ଆସିଥିଲେ । ଫାଟକ ବାହାରେ ବିରୋଧର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ମାମଲା ବଢିଥିଲା । ବରିଷ୍ଠ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀଙ୍କ ପରିବାର ଏବଂ କଲେଜ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ ।