ନୂଆଦିଲ୍ଲୀ: ବ୍ୟାଙ୍କକୁ ଫେରିଛି ୨ ହଜାର ଟଙ୍କିଆ ନେଟ୍ ର ଏକ ବଡ ଅଂଶ । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ କହିଛି ଯେ ୩୧ ଜୁଲାଇ ୨୦୨୩ ପର୍ଯ୍ୟନ୍ତ ମୋଟ ୮୮ ପ୍ରତିଶତ ୨ହଜାର ଟଙ୍କିଆ ନୋଟ ବ୍ୟାଙ୍କୀଙ୍ଗ ସିଷ୍ଟମକୁ ଫେରସ୍ତ ହୋଇଛି । ଆରବିଆଇ କହିବା ଅନୁଯାୟୀ, ୨୦୨୩ ମସିହା ମେ ୧୯ ତାରିଖ ପର୍ଯ୍ୟନ୍ତ ପାଖାପାଖି ୩.୫୬ ଲକ୍ଷ କୋଟି ଟଙ୍କାର ୨ ହଜାର ଟଙ୍କିଆ ନୋଟ ବଜାରରେ ପ୍ରଚଳନ ଥିଲା ଏବଂ ଜୁଲାଇ ୩୧,୨୦୨୩ ସୁଦ୍ଧା ୩.୧୪ ଲକ୍ଷ କୋଟି ଟଙ୍କା ୨ହଜାର ଟଙ୍କିଆ ନୋଟ ବ୍ୟାଙ୍କକୁ ଫେରସ୍ତ କରାଯାଇଛି । ତେବେ ଏବେବି ବଜାରରେ ରହିଛି ୨୦୦୦ ଟଙ୍କିଆ ନୋଟ ।