ଗଞ୍ଜାମ/ରଜନୀକାନ୍ତ ପାତ୍ର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ପୋଲିସ ସବୁବେଳେ ପର ଉପକାର କରି ଚର୍ଚ୍ଚାରେ ରହୁଥିବା ବେଳେ ପୁଣି ଆଜି ଆଉ ଏକ ମହାନତାର ଦୃଶ୍ୟ ଦେଖିବାକୁ ମିଳିଛି । ଆଉ କବିସୂର୍ଯ୍ୟନଗର ଥାନାର ପୋଲିସ କର୍ମଚାରୀ ମାନେ ପେଟ୍ରୋଲିଂ କରିବାକୁ ଯାଉଥିବା ବେଳେ ଜରଡ-ମହୋନାପଲ୍ଲି ରାସ୍ତାରେ ଏକ ଅ।ହତ ହୋଇ ହରିଣଟିଏ ପଡିଥିବାର ଦେଖିବାକୁ ପାଇ ପୋଲିସ ଗାଡି ଅଟକାଇ ଦେଇଥିଲେ ପୋଲିସ କର୍ମଚାରୀ ମାନେ । କୌଣସି ଏକ ଅଜଣା ଗାଡି ଧକ୍କାରେ ହରିଣର ଦୁଇ ଗୋଡ ଭାଙ୍ଗିଯାଇଥିବା ବେଳେ ବହୁବାର ପୋଲସରା ବନ ବିଭାଗକୁ ସୂଚନା ପରେ ମଧ୍ୟ କୌଣସି କର୍ମଚାରୀଙ୍କ ଦେଖା ମିଳିନଥିଲା । ଶେଷରେ ଆହତ ହରିଣକୁ ପୋଲିସ ଗାଡିରେ ହିଁ ପ୍ରାଣୀ ଚିକିତ୍ସାଳୟକୁ ନେଇ ସେଠାରେ ଚିକିତ୍ସା କରାଇଥିଲେ ପୁଲିସ କର୍ମଚାରୀ ମାନେ । ବହୁ ବିଳମ୍ଵରେ ମଧ୍ୟ ବନ ବିଭାଗର ଦୁଇ କର୍ମଚାରୀ ପହଁଚିଥିଲେ ପ୍ରାଣୀ ଚିକିତ୍ସାଳୟରେ । ଏଥିସହ ଆହତ ହରିଣକୁ ପୋଲିସ କର୍ମଚାରୀ ମାନେ ବନକର୍ମଚାରୀଙ୍କୁ ହସ୍ତାନ୍ତର କରିଥିବାର ସୂଚନା ମିଳିଥିବା ବେଳେ ପୋଲିସ କର୍ମଚାରୀଙ୍କ ଏହି ମହାନତା କୁ ନେଇ ଏବେ ସାରା ଅଂଚଳରେ ଅ।ଲୋଚନାର ବିଷୟ ହୋଇଛି ।