RRTS ପ୍ରକଳ୍ପ ପାଇଁ ୪୧୫ କୋଟି ଟଙ୍କା ଦେବାକୁ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦ୍ୱିଲ୍ଲୀ ସରକାର ଦୁଇଟି ରିଜନାଲ ରାପିଡ ଟ୍ରାଞ୍ଜିଟ ସିଷ୍ଟମ କରିଡର ପାଇଁ ନିଜର ଭାଗ ଦେଉ ନଥିବାରୁ ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଥିସହ ଅଲୱାର ଓ ପାନିପତ ଆରଆରଟିଏସ କରିଡର ପାଇଁ ୪୧୫ କୋଟି ଟଙ୍କା ତୁରନ୍ତ ଦେବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ୨ମାସ ମଧ୍ୟରେ ପ୍ରକଳ୍ପ ବାବଦକୁ ଅର୍ଥ ଦେବାକୁ ଦିଲ୍ଲୀ ସରକାରଙ୍କୁ କହିଛନ୍ତି ।
ସୂଚନା ଅନୁଯାୟୀ: ଦିଲ୍ଲୀ ସରକାର ଆରଆରଟିଏସ୍ ପ୍ରକଳ୍ପକୁ ପାଣ୍ଠି ଯୋଗାଇବାରେ ଅସମର୍ଥତା ପ୍ରକାଶ କରିଥିଲେ। ଗତ ୩ ବର୍ଷ ମଧ୍ୟରେ ବିଜ୍ଞାପନରେ ଖର୍ଚ୍ଚ ହୋଇଥିବା ଟଙ୍କାକୁ ରେକର୍ଡ କରିବାକୁ ନିର୍ଦେଶ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ। ତେବେ ଗତ ଶୁଣାଣିରେ ଦିଲ୍ଲୀ ସରକାରଙ୍କ ଠାରୁ ଖର୍ଚ୍ଚର ସବିଶେଷ ତଥ୍ୟ ମଗାଯାଇଥିଲା।