ଶଙ୍କର ଚକ୍ଷୁ ଚିକିତ୍ସାଳୟରୁ ସଫଳ ଅସ୍ତ୍ରୋପଚାର ପରେ ଫେରିଲେ ଚକ୍ଷୁ ରୋଗୀ

କଲ୍ୟାଣସିଂହପୁର/ସନ୍ତୋଷ କୁମାର ଲମତା: ଗତ ୨୦.୦୭.୨୦୨୩ ତାରିଖ ଦିନ କଲ୍ୟାଣସିଂହପୁର ବ୍ଲକ୍ ରେ ଥିବା ଗୁଣ୍ଡିଚା ମନ୍ଦିର ଠାରେ ଶଙ୍କର ଚକ୍ଷୁ ଚିକିତ୍ସାଳୟର ସହାୟତାରେ ବଜରଙ୍ଗୀସେନା କମିଟି ଓ ଗାୟତ୍ରୀ ପରିବାର ର ମିଳିତ ସହଯୋଗ ରେ ୪୦ ଜଣକୁ ଚକ୍ଷୁ ପରୀକ୍ଷା କରାଯାଇଥିଲା ସେଥିମଧ୍ୟରୁ ୧୭ ଜଣକୁ ବ୍ରହ୍ମପୁର ହିଞ୍ଜିଳିକାଟୁ ରେ ଥିବା ଶଙ୍କର ଚକ୍ଷୁ ଚିକିତ୍ସାଳୟକୁ ଚିକିତ୍ସାଳୟର ସ୍ବତନ୍ତ୍ର ବସ୍ ଯୋଗେ ପଠାଯାଇଥିଲା। ୧୭ ଜଣ ମଧ୍ୟରୁ ୩ ଜଣକର ବ୍ଲଡ୍ ପ୍ରେସର ଓ ସୁଗର ଲେଭେଲ୍ ବଢ଼ି ଥିବାରୁ ଅସ୍ତ୍ରୋପଚାର ହୋଇପାରିନଥିବା ସୁଚନା ମିଳିଥିବା ସହିତ ବାକି ୧୪ ଜଣ ଚକ୍ଷୁ ରୋଗୀକୁ ଅସ୍ତ୍ରୋପଚାର କରାଯାଇଥିଲା। ଆଜି ପୁଣି ଶଙ୍କର ଚିକିତ୍ସାଳୟର ସ୍ଵତନ୍ତ୍ର ବସ୍ ଯୋଗେ ସଫଳ ଅସ୍ତ୍ରୋପଚାର ହୋଇ ନିଜ ଘରକୁ ଫେରିଥିବା ଦେଖିବାକୁ ମିଳିଛି। ଉକ୍ତ ଚିକିତ୍ସା ଳୟରେ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ଓ ଖାଇବା ରହିବା ସମ୍ପୂର୍ଣ୍ଣ ମାଗଣାରେ ହୋଇଥିବା ଅସ୍ତ୍ରୋପଚାର ହୋଇ ଫେରିଥିବା ରୋଗୀମାନେ ପ୍ରକାଶ କରିଛନ୍ତି। ଏହା ପରେ ରୋଗୀ , ସେମାନଙ୍କ ପରିବାର ବର୍ଗ ଓ କଲ୍ୟାଣସିଂହପୁର ଗ୍ରାମବାସୀ ମାନେ ଶଙ୍କର ଚିକିତ୍ସାଳୟ,ଗାୟତ୍ରୀ ପରିବାର ଓ ବଜରଙ୍ଗୀସେନା କମିଟି ର ଏହିଭଳି କାର୍ୟ୍ୟକୁ ସ୍ବାଗତ ଜଣାଇବା ସହ ଧନ୍ୟବାଦ ଜଣାଇଛନ୍ତି।