ଯଦି ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତେବେ ଆମେ କରିବୁ; ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମଣିପୁରର ଏକ ସମ୍ପ୍ରଦାୟର ଦୁଇଜଣ ମହିଳାଙ୍କୁ ବିବସ୍ତ୍ର କରି ଖୋଲାଖୋଲି ଭାବେ ଚଲେଇବା ଘଟଣା ଏବେ ସାରା ଦେଶରେ ହଇଚଇ ସୃଷ୍ଟି କରିଛି । ଏହି ସମୟରେ ସୁପ୍ରିମକୋର୍ଟ ମଧ୍ୟ ଏହି ମାମଲାର ସ୍ୱତ;ସଂଜ୍ଞାନ ଗ୍ରହଣ କରିଛନ୍ତି। ଗତକାଲି ମଣିପୁରରେ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ଚଲେଇବା ଦୃଶ୍ୟ ପ୍ରକୃତରେ ବିବ୍ରତ ହୋଇଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଦେଶର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ଼ ସରକାରଙ୍କୁ ଏହି ପ୍ରସଙ୍ଗରେ ପଦକ୍ଷେପ ନେବାକୁ କହିଛନ୍ତି। ଏହା ବ୍ୟତୀତ ପ୍ରଧାନ ବିଚାରପତି କହିଛନ୍ତି ଯେ ଏଭଳି ଘଟଣା ଆଦୌ ଗ୍ରହଣ କରାଯାଇପାରିବ ନାହିଁ। ଉଔଓ କହିଛି ଯେ ଏହା ସାମ୍ବିଧାନିକ ଅଧିକାରର ଉଲ୍ଲଂଘନ, ଯଦି ସରକାର ପଦକ୍ଷେପ ନ ନିଅନ୍ତି ତେବେ ଆମେ ପଦକ୍ଷେପ ନେବୁ ।
ପ୍ରଧାନ ବିଚାରପତିଙ୍କ କଠୋର ମନ୍ତବ୍ୟ
ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବାବେଳେ ସୁପ୍ରିମକୋର୍ଟ ମଧ୍ୟ ରାଜ୍ୟ ସରକାରଙ୍କ ରିପୋର୍ଟକୁ ଡକାଇଛନ୍ତି। ଆସନ୍ତା ସପ୍ତାହରେ ଶୁକ୍ରବାର ଦିନ ଏହି ମାମଲାର ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହି ପ୍ରସଙ୍ଗରେ ଉଔଓ ଡି.ୱାଇ ଚନ୍ଦ୍ରଚୁଡ଼ କହିଛନ୍ତି, “ଏହି ଚିତ୍ର ଆମକୁ ବିବତ୍ର କରିଛି । ହିଂସା ପ୍ରଭାବିତ ଅଞ୍ଚଳରେ ମହିଳାମାନେ ସାମଗ୍ରୀ ଭାବରେ ବ୍ୟବହୃତ ହୋଇଛନ୍ତି। ଏଥିପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କ’ଣ ପଦକ୍ଷେପ ନିଆଯାଇଛି ତାହା ଆମକୁ ଜଣାଇବା ଉଚିତ। ତେବେ ଏଠି ପ୍ରଶ୍ନ ଉଠୁଛି ଯେ ଯଦି ସରକାର ପୂର୍ବରୁ ଏନେଇ ଉଚିତ ପଦକ୍ଷେପ ଗ୍ରହଣ କରିଥାନ୍ତେ ତେବେ ଆଜି ପରିସ୍ଥିତି ଏଭଳି ଅଣାୟତ ହେବା ପର୍ଯ୍ୟନ୍ତ ଯାଇନଥାନ୍ତା ।