ଜାମ୍ମୁ-କାଶ୍ମୀରରେ ଭୂସ୍ଖଳନ କାରଣରୁ ୮ଜଣଙ୍କର ମୃତ୍ୟୁ

ଜାମ୍ମୁ: ଜାମ୍ମୁ କାଶ୍ମୀର କାଠୁଆ ଜିଲ୍ଲାରେ ଆଜି ଭୂସ୍କଳନ ହୋଇଛି । ଭୂସ୍କଳନ ପାଇଁ ୮ଜରଙ୍କ ମୃତ୍ୟୁ ହୋଇଛି । ସେହିଭଳି ମହାରଷ୍ଟ୍ରରେ ମଧ୍ୟ ବର୍ଷା ଜାରିରହିଛି । ସେଥିପାଇଁ ମହାବଳେଶ୍ୱର ଘାଟିରେ ପାହାଡ ଧସୁଥିବାର ଦେଥିବାକୁ ମିଳୁଛି । ପାଣିପାଗ ବିଭାଗର ସୂଚନା ମୁତାବକ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହିମାଚଳ ପ୍ରଦେଶ,ପୂର୍ବ ରାଜସ୍ଥାନ, ପଶ୍ଚିମ ରାଜସ୍ଥାନ, ପଶ୍ଚିମ ମଧ୍ୟପ୍ରଦେଶ, ପୂର୍ବ ମଧ୍ୟପ୍ରଦେଶ, କର୍ଣ୍ଣାଟକ, ତେଲେଙ୍ଗାନା, ଛତିଶଗଡ, ଗୋଆ, କେରଳ , ଆନ୍ଧ୍ରପ୍ରଦେଶ ଓ ଓଡିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ବନ୍ୟ କାରଣରୁ ଦେଶରେ ଏବେ ୧୫ ହଜାର କୋଟି ଆର୍ଥିକ କ୍ଷତି ହେଉଛି । ଏହାସହ ସମାନ କାରଣ ପାଇଁ ଦେଶରେ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ।