କାନପୁରରୁ ଲକ୍ଷ୍ନୌ ମାତ୍ର ଅଧଘଣ୍ଟା ଲାଗିବ: ନୀତିନ ଗଡକରୀ

ରିପୋଟର୍ସ ଟୁଡେ ବ୍ୟୁରୋ:   କାନପୁରରୁ ଲକ୍ଷ୍ନୌ ମାତ୍ର ଅଧଘଣ୍ଟା ଲାଗିବ । ଏଭଳି କିଛି କହି ଚର୍ଚ୍ଚାକୁ ଆସିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । କାନପୁରରୁ ଲକ୍ଷ୍ନୌ ପର୍ୟ୍ୟନ୍ତ ୫ ହଜାର କିଲୋମିଟରର ଗ୍ରୀନ୍ ଏକ୍ସପ୍ରେସ ୱେ ନିର୍ମାଣ ଚାଲିଛି । ଯାହାର ୨୫ ପ୍ରତିଶତ କାମ ଶେଷ ହୋଇଥିବା ବେଳେ ୨୦୨୫ ପୂର୍ବରୁ ଏହି କାମ ପୂରା ହେବ ।

ଏହାସହ ଗଡକରୀ କହିଛନ୍ତି, ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଉତ୍ତରପ୍ରଦେଶର ଛବି ବଦଳୁଛି ବିକାଶ ହେଉଛି । ଉତ୍ତରପ୍ରଦେଶ ଏବେ ସମୃଦ୍ଧ ଓ ସୁଦୃଢ ହେବାରେ ଲାଗିଛି । ଉତ୍ତରପ୍ରଦେଶର ବିକାଶକୁ ଗୁରୁତ୍ୱ ଦେଉଛନ୍ତି ଯୋଗୀ ଆଦିତ୍ୟନାଥ । ୨୦୦୪ ମସିହାରେ ଉତ୍ତରପ୍ରଦେଶର ଇଥାନଲ ବିଷୟରେ ସେ କହିଥିଲେ । ଉତ୍ତରପ୍ରଦେଶର ଇଥାନଲରେ ଏବେ କେବଳ ଗାଡି ଚାଲିବନି ବରଂ ଆଗାମୀ ସମୟରେ ବିଶ୍ୱର ଉଡାଜାହାଜ ମଧ୍ୟ ଉଡିବ ।