ଭୁବନେଶ୍ୱର:ଦେଶଦ୍ରୋହୀଙ୍କ ବିଦେଶ ଭ୍ରମଣ । ଦୁବାଇ,ପାକିସ୍ତାନ ବୁଲିବାକୁ ଯାଇଥିଲେ ଦେଶଦ୍ରୋହୀ । ଆତଙ୍କବାଦୀ ଲିଙ୍କ ଅଭିଯୋଗରେ ଓଟିପି ସେୟାରିଂ କରି ଗିରଫ ହୋଇ ଜେଲରେ ଥିବା ଅଭିଜିତ ସଞ୍ଜୟ ଜାମ୍ବୁରେ, ପଠାଣି ସାମନ୍ତ ଓ ପଶ୍ଚିମବଙ୍ଗର ଗୁଡୁ କୁମାର ବିଦେଶ ଯାଇ ଗୁଇନ୍ଦା ତଥ୍ୟ ଦେବଲାଗି ବିଦେଶ ଯାଇଥିଲେ ।
NIA ତଦନ୍ତ ସମୟରେ ଏଭଳି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଦାକୁ ଆସିଛି । ସେଠାରେ କାହାକୁ ଭେଟିଥିଲେ ? କେଉଁ ତଥ୍ୟ ପାକିସ୍ତାନ ଗୁପ୍ତଚରଙ୍କୁ ପ୍ରଦାନ କରିଛନ୍ତି ? ସେ ସମ୍ପର୍କରେ ଅଧିକ ତଦନ୍ତ ପାଇଁ ଇଣ୍ଟରପୋଲର ସହାୟତା ନେବ ଘଓଇ । ସେପଟେ କୋର୍ଟରେ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିନଥିବାରୁ ଆଜି ପଠାଣି ସାମନ୍ତକୁ ରିମାଣ୍ଡରେ ନେବନି ପଶ୍ଚିମବଙ୍ଗ STF । ଏବେ ମଧ୍ୟ ୧୦୦ ଏଜେଣ୍ଟ ମ୍ୟୁଲ ଆକାଉଣ୍ଟ, ପ୍ରି ଆକ୍ଟିଭେଟ ସିମ୍ ଜରିଆରେ କାରବାର ଚଳାଇଥିବା ନେଇ ସୂଚନା ପାଇଛି ଓଡ଼ିଶା STF । ତଦନ୍ତ ସମୟରେ ହାନିଟ୍ରାପରେ ଅଧିକାଂଶ ଫସୁଥିବା ଜଣାପଡିଛି ।