ରିପୋଟର୍ସ ଟୁଡେ ବ୍ୟୁରୋ: ବାହାନଗା ଟ୍ରେନ ଦୁର୍ଘଟଣା ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । କଡା ସୁରକ୍ଷା ଭିତରେ ଅଭିଯୁକ୍ତଙ୍କୁ କୋର୍ଟକୁ ନିଆଯାଇଥିଲା । ୩ ଜଣ ଅଭିଯୁକ୍ତ ଚନ୍ଦକା ଥାନାରେ ରହିଥିଲେ । ଆଜି ସରୁଛି ବାହାନଗା ରେଳ ଦୁର୍ଘଟଣାରେ ଗିରଫ ହୋଇଥିବା ସିନିୟର ସିଗନାଲ ସେକ୍ସନ୍ ଇଂଜିନିୟର ଅରୁଣ ମହନ୍ତ, ସେକ୍ସନ୍ ଇଂଜିନିୟର ମହମ୍ମଦ ଅମିର ଖାନ୍ ଓ ଟେକ୍ନିସିଆନ ପପୁ କୁମାରଙ୍କ ରିମାଣ୍ଡ ଅବଧି । ଏହାପରେ ପୁଣିଥରେ ରିମାଣ୍ଡ ପାଇଁ ଆବେଦନ କରିପାରେ ସିବିଆଇ । ପୂର୍ବରୁ ୭ ଦିନିଆ ରିମାଣ୍ଡ ମାଗିଥିବାବେଳେ କୋର୍ଟ ୫ ଦିନର ରିମାଣ୍ଡ ଅନୁମତି ଦେଇଥିଲେ । ଗତକାଲି ସିଗନାଲିଂ ସମ୍ପର୍କିତ ଦୁଇଜଣ କର୍ମଚାରୀଙ୍କୁ ବିଳମ୍ବିତ ରାତି ପର୍ୟ୍ୟନ୍ତ ଜେରା କରିଥିଲା ସିବିଆଇ ।