ପୋଖରୀରୁ ମିଳିଲା କନେଷ୍ଟବଳଙ୍କ ମୃତଦେହ

ହାଟଡିହି: କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅନ୍ତର୍ଗତ ମରେଇଗାଁ ପଦ୍ମ ପୋଖରୀରୁ ଜଣେ କନେଷ୍ଟବଳଙ୍କର ମୃତଦେହ ଉଦ୍ଧାର ହୋଇଛି। ନନ୍ଦିପଦା ଥାନାର ଜଣେ କନେଷ୍ଟବଳ ପାଣିରେ ପଡ଼ି ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତ କନେଷ୍ଟବଳ ହେଉଛନ୍ତି  ପ୍ରଦିପ ନାୟକ । ମୃତ କନେଷ୍ଟବଳଙ୍କ ଘର ହରିଚନ୍ଦନପୁର ହୋଇଥିବା ବେଳେ ସେ କେନ୍ଦ୍ରାପଡାରେ ସପରିବାର ରହୁଥିଲେ ।  ସୂଚନା ଅନୁସାରେ କନେଷ୍ଟବଳ ପ୍ରଦିପ ନାୟକ ଥାନା ଵ୍ୟାକଡରେ  ରହୁଥିବାବେଳେ ଗତକାଲି ସଂନ୍ଧ୍ଯାରେ କେଉଁଆଡେ ଯାଇ ଆଉ ଫେରିନଥିଲେ ।

  ସାଙ୍ଗ ସାଥି ମାନେ ତାଙ୍କୁ ଖୋଜା ଖୋଜି କରିଥିଲେବି କୌଣସି  ସନ୍ଧାନ ପାଇ ନଥିଲେ। ଆଜି ସକାଳୁ  ସ୍ଥାନୀୟ  ଲୋକେ ପୋଖରୀରେ ଏକ ମୃତ ଦେହ ଭସୁଥିବା ଦେଖି ପୋଲିସକୁ  ଖବର ଦେଇଥିଲେ । ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସହାୟତାରେ ମୃତଦେହେ ଉଦ୍ଧାର ହେବାପରେ ମୃତ ବ୍ଯକ୍ତି ଜଣକ କନେଷ୍ଟବଳ ପ୍ରଦିପ ନାୟକ ବୋଲି ଜଣା ପଡିଥିଲା | ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ମେଡିକାଲ କୁ ପଠାଯାଇଛି | ପ୍ରଦିପ ୫ଦିନ ହେବେ ଛୁଟିରେ ଘରକୁ ଯାଇଥିଲେ । ଛୁଟି ସରିବାପରେ ଗତକାଲି ସେ ଥାନାକୁ  ଆସିଥିଲେ । ତେବେ କେଉଁ ପରିସ୍ଥିତିରେ   ପୋଖରୀକୁ ଯାଇଥିଲେ ଓ କିପରି ପୋଖରୀରେ ବୁଡିଗଲେ ତାକୁନେଇ ଏବେ ତଦନ୍ତ ଆରମ୍ଭ କରିଛି ନନ୍ଦିପଦା ପୋଲିସ। ।