ପରେଶ କୁମାର ସେଠୀ/ହରିଚନ୍ଦନପୁର:ଟ୍ରେନ ଧକ୍କାରେ ୨ଟି ହାତୀଙ୍କର ମୃତ୍ୟୁ ଘଟିଛି । କେନ୍ଦୁଝର ଜିଲ୍ଲା ଟାଙ୍ଗିରିଆପାଳ ଶଗଡପଟା ରେଳ ଷ୍ଟେସନ ମଝିରେ ଟ୍ରେନ ଦୁର୍ଘଟଣାରେ ୨ଟି ମାଇ ହାତୀଙ୍କ ମୃତ ହୋଇଛି । ତେବେ ଟ୍ରେନ ଦୁର୍ଘଟଣାରେ ଶିକାର ହୋଇଥିବା ଗୁରୁତର ହୋଇଥିବା ହାତୀଙ୍କ ସଂଖ୍ୟା ଅସ୍ପଷ୍ଟ ରହିଥିବା ବେଳେ ଅନେକ ହାତୀ ଆହାତ ହୋଇଥିବା ସନ୍ଦେହ ହରାଯାଉଛି । ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତ୍ରୀରେ ଟାଙ୍ଗିରିଆପାଳ ଶଗଡ଼ପଟ୍ଟା ମଝିରେ ଆମ୍ବଧରା ନାଳ ନିକଟରେ ହାତୀପଲ ଟ୍ରେନ ଲାଇନ ପାର ହେଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଖବର ପାଇ ବନ ବିଭାଗର ବରିଷ୍ଠ ଅଧିକାରୀ ମାନେ ପହଞ୍ଚି ଘଟଣାର ଅନୁସନ୍ଧାନ କରିଛନ୍ତି । ଅନ୍ୟପଟେ ଏକ ସ୍ଵତନ୍ତ୍ର ଟିମ କରି ଜଙ୍ଗଲ ମଧ୍ୟରେ ଆହତଙ୍କୁ ଖୋଜା ଚାଲିଥିବା ବନ ବିଭାଗର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଯାତ୍ରୀବାହୀ ଟ୍ରେନ ନା ମାଲ ବାହି ଟ୍ରେନ ହାତୀ ପଲ୍ଲଙ୍କୁ ଧକ୍କା ଦେଇଛି ଜଣାପଡିନାହିଁ। ତାହା ଅନୁସନ୍ଧାନ ଚାଲିଛି।