ରାୟଗଡା ଅବକାରୀ ବିଭାଗର ଚଢ଼ାଉ ଦୁଇ ଗିରଫ,୧୫୦ ଲିଟର ମଦ ଜବତ

ବିଷମକଟକ: ଗିରଫ ହେଲେ ଦୁଇ ଅଭିଯୁକ୍ତ । ରାୟଗଡା ଜିଲ୍ଲାପାଳ ସ୍ଵଧାଦେବ ସିଂ ଓ ରାୟଗଡା ଅବକାରୀ ଅଧକ୍ଷ ଅଭିରାମ ବେହେରାଙ୍କ ଅନ୍ୟ ଷ୍ଟାଫଙ୍କ ମିଲିତ ଉଦ୍ୟମରେ ଏହା ସଫଳ ହୋଇଛି । ଧରା ପଡିଥିବା ଅଭିଯୁକ୍ତଙ୍କ ଉପରେ ଚାରିଗୋଟି ମାମଲା ରୁଜୁ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତ ସୁଷମା କୁଶଲିଆକୁ ବେଥିଆପଡା ରୁ ଓ ଅନ୍ୟଜଣେ ଦାମଦର କୁମ୍ଭାରଢାମୁଣିରୁ ଗିରଫ କରିଛନ୍ତି ।ଏହି ଚଢ଼ାଉରେ ପ୍ରାୟ ୨୭୦୦ ଲିଟର ଚୋରା ମଦ ରନ୍ଧା ପାଇଁ ବ୍ୟବହୃତ ମହୁଲ ପୋଚ ନଷ୍ଟ କରାଯାଇଥିବା ବେଳେ ୧୫୦ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଛି ।

ଏହି ମିଳିତ ଚଢ଼ାଉ ରେ ରାୟଗଡା ଜିଲ୍ଲା ମୋବାଇଲ ନୀରିକ୍ଷକ ହିତାଂଶୁ ଶେଖର ମଲ୍ଲିକ,ଗୁଣୁପୁର ଅବକାରୀ ନୀରିକ୍ଷକ ପ୍ରୀତି ନାୟକ।ବିଷମକଟକ ଅବକାରୀ ଥାନା ଅଧିକାରୀ ପଙ୍କଜ ନାୟକ ,ଏ.ଏସ.ଆଇ ରମଜାନ ଖାନ ଏ.ଏସ.ଏଇ ସନ୍ତୋଷ କୁମାର ସେଠିଙ୍କ ସହ ବହୁ ଅବକାରୀ କନେଷ୍ଟେବୁଲ ସାମିଲ ଥିଲେ।