ଭିଡିଓ କଲରେ ସମସ୍ୟା ସମାଧାନ କଲେ ମୁଖ୍ୟମନ୍ତ୍ରୀ ; ଛେଣ୍ଡିପଦା CHC ସାମିଲ ହେଲା ଆମ ହସ୍ପିଟାଲରେ

ଅନୁଗୁଳ: ୫ଟି ସଚିବ ଭି କେ ପାଣ୍ଡିଆନଙ୍କ ଅନୁଗୁଳ ଗସ୍ତ କରିଛନ୍ତି । ଅନୁଗୁଳର ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ । ସେଠାରେ ଲୋକମାନେ ଛେଣ୍ଡିପଦା ସ୍ବାସ୍ଥ୍ୟ କେନ୍ଦ୍ରକୁ ଆମ ହସ୍ପିଟାଲରେ ସାମିଲ କରିବାକୁ ଅନୁରୋଧ କରିଥିଲେ । ଏପରି ଦାବି ଶୁଣି ଦୁଇ ମିନିଟରେ ଦାବି ପୂରଣ ହେବ ବୋଲି କହି ମଞ୍ଚ ଉପରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫୋନ ଯୋଗେ ଆଲୋଚନା କରିଥିଲେ । ସବୁ କଥା ଶୁଣିବା ପରେ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ତୁରନ୍ତ ଆମ ହସପିଟାଲରେ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ।