ଭୁବନେଶ୍ୱର: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ରବିବାର ସନ୍ଧ୍ୟାରୁ ଲିଙ୍ଗରାଜ ମନ୍ଦିରରେ କାଉଡିଆଙ୍କ ଭିଡ ଜମିବାରେ ଲାଗିଥିଲା । ମହାନଦୀ ଓ ଗଡଗଡିଆ ଘାଟ ସମେତ ଅନ୍ୟ ନଦୀ ଘାଟରୁ ଜଳଭାର ନେଇ ଏକାମ୍ର କ୍ଷେତ୍ରରେ ଭିଡ ଜମିବାର ଦେଖିବାକୁ ମିଳିଥିଲା । ଆଜି ସକାଳେ ମନସ୍କାମନା ପୂରଣ ଲାଗି ଜଳାଭିଷେକ କରିଛନ୍ତି ଶ୍ରଦ୍ଧାଳୁ । ଳିତବର୍ଷ ଯୋଡ଼ା ଶ୍ରାବଣ ପଡୁଥିବାବେଳେ ଜୁଲାଇ ମାସରେ ଆଜି ଓ ୧୭ ତାରିଖ ଦିନ ଜଳଲାଗି କରାଯିବ । ସେହିପରି ଅଗଷ୍ଟ ମାସର ଶେଷକୁ ଦୁଇଟି ସୋମବାର ୨୧ ତାରିଖ ଓ ୨୮ ତାରିଖ ଦିନ ମଧ୍ୟ ଜଳଲାଗିର ବ୍ୟବସ୍ଥା ରହିଛି ।
କାଉଡ଼ିଆଙ୍କର ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା, ଅପ୍ରୀତିକର ପରିସ୍ଥିତିକୁ ରୋକିବା ଲାଗି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।