ଜୁନ ଶେଷ ସୁଦ୍ଧା ୨.୭୨ଲକ୍ଷ କୋଟି ଟଙ୍କାର ୨ହଜାର ଟଙ୍କିଆ ନୋଟ ଫେରସ୍ତ ହୋଇଛି ବୋଲି କହିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ବର୍ତ୍ତମାନ କେବଳ ୮୪,୦୦୦କୋଟି ଟଙ୍କା୨,୦୦୦ଟଙ୍କିଆ ନୋଟ ପ୍ରଚଳନରେ ରହିଛି ବୋଲି ରିଜର୍ଭ ବ୍ୟାଙ୍କ କହିଛି ।ଗତ ମେ ମାସ ୧୯ ତାରିଖରେ ୨ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର ସମ୍ପର୍କରେ ଘୋଷଣା କରାଯାଇଥିଲା । ସେପ୍ଟେମ୍ବର ୩୦ ସୁଦ୍ଧା ୨ ହଜାର ଟଙ୍କିଆ ନୋଟ ଫେରସ୍ତ କରିହେବ । ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁସାରେ ଆସିଥିବା ୨୦୦୦ ଟଙ୍କିଆ ନୋଟ ମଧ୍ୟରୁ ୮୭ ପ୍ରତିଶତ ନୋଟ ବ୍ୟାଙ୍କ ଖାତାରେ ଜମା ହୋଇଛି ଓ ୧୩ ପ୍ରତିଶତ ବଦଳ ହୋଇଛି । ଅନ୍ୟପକ୍ଷରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ବାରା ୨୦୦୦ ଟଙ୍କିଆ ନୋଟ୍ ଅଚଳ କରିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଏକ ଜନସ୍ବାର୍ଥ ମାମଲାକୁ ଦିଲ୍ଲୀ ହାଇକୋର୍ଟ ରେ ସୋମବାର ଖାରଜ କରିଦିଆଯାଇଛି । ମୁଖ୍ୟ ବିଚାରପତି ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମା ଓ ଜଷ୍ଟିସ ସୁବ୍ରମଣ୍ୟମ ପ୍ରସାଦଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରିଦେଇଛନ୍ତି ।