ଗୌରବ ଆଣିଲେ ମା ମାର୍କମା ମହାବିଦ୍ୟାଳୟର ୩ ଛାତ୍ର

ବିଷମ କଟକ/ରବିନ୍ଦ୍ର କୁମାର ସାହୁ: ରାୟଗଡ଼ା ଜିଲ୍ଲା ବିଷମ କଟକ ମା ମର୍କମା ମହାବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି ତିନିଜଣ ଛାତ୍ର ଛାତ୍ରୀ । ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଯୁକ୍ତ ତିନ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥି ସହିତ ବିଭିନ୍ନ ବର୍ଗର ବିଭାଗରେ ଶ୍ରେଷ୍ଠ ଦଶ ଜଣ ଛାତ୍ର ଛାତ୍ରୀଙ୍କ ନାମ ତାଲିକା ମଧ୍ୟ ପ୍ରକାଶ ପାଇଛି । ସେଥୁରେ ରାୟଗଡା ଜିଲ୍ଲା ବିଷମ କଟକ ବ୍ଳକ ସଦର ମହକୁମାରେ ଅବସ୍ଥିତ ଯୁକ୍ତ ତିନି ମାଁ ମାର୍କମା ମହବିଦ୍ୟାଳୟର ତିନିଜଣ ଛାତ୍ରଛାତ୍ରୀ । ସୂଚନା ପ୍ରଯୁକ୍ତିବିଦ୍ୟା ବିଭ।ଗରେ ଶ୍ରେଷ୍ଠ ଦଶ ଜଣ ମଧ୍ୟରେ ସ୍ଥାନ ପାଇଛନ୍ତି ଜ୍ଝକୃତି ଛାତ୍ର ଛାତ୍ରୀଙ୍କ ମଧ୍ୟରେ ସୋନିଆ ମଳିକ ପଞ୍ଚମ ସ୍ଥାନରେ ରହିଥିବା ବେଳେ ଟିନା ସୁନା ଷଷ୍ଠ ଏବଂ ତୁସାର ପାଣିଗ୍ରାହୀ ଅଷ୍ଟମ ସ୍ଥାନରେ ରହିଛନ୍ତି ।