ମାଡ୍ରାସ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି, ସ୍ୱାମୀ ସମ୍ପତ୍ତି ଉପରେ ରହିଛି ସ୍ତ୍ରୀର ଅଧା ଅଧିକାର

ସ୍ୱାମୀର ସମ୍ପତ୍ତି ଉପରେ ରହିଛି ସ୍ତ୍ରୀର ଅଧା ଅଧିକାର । ସ୍ୱାମୀଙ୍କ ଉପାର୍ଜିତ ସମ୍ପତ୍ତିରୁ ସ୍ତ୍ରୀ ଅଧା ଭାଗ ପାଇବାର ହକଦାର । ଏନେଇ ନିଷ୍ପତ୍ତି ଶୁଣାଇଛନ୍ତି ମାଡ୍ରାସ ହାଇକୋର୍ଟ । ଜଷ୍ଟିସ କୃଣନ ରାମାସ୍ୱାମୀଙ୍କ ସିଙ୍ଗିଲ ବେଞ୍ଚ କହିଛନ୍ତି କି, ଜଣେ ସ୍ତ୍ରୀ ବିନା ଛୁଟିରେ ୨୪ ଘଣ୍ଟା ଘର ଚଳାଇବାରେ ଲାଗିଥାନ୍ତି । ଏହାସହ ଜଣେ ମହିଳା ପରିବାରର ସମସ୍ତ ଲୋକଙ୍କର ଦେଖା ରଖା କରିଥାଏ । କୋର୍ଟ କହିଛନ୍ତି କି ସ୍ୱାମୀଙ୍କ ଉପାର୍ଜିତ ସମ୍ପତ୍ତିରୁ ସ୍ତ୍ରୀ ଜଣଙ୍କ ଅଧା ଭାଗ ପାଇବାର ହକଦାର । କୋର୍ଟ କହିଛନ୍ତି କି, ଜଣେ ସ୍ୱାମୀ ତାଙ୍କ ପତ୍ନୀଙ୍କ ବିନା ସହଯୋଗରେ କେବେ ବି ରୋଜଗାର କରିପାରିବେ ନାହିଁ । ସମ୍ପତ୍ତି ସ୍ୱାମୀ ନାମରେ କିଣାଯାଇଥାଉ କି ସ୍ତ୍ରୀ ନାମରେ କିଣାଯାଇଥାଉ ହେଲେ ଉଭୟଙ୍କ ଚେଷ୍ଟାରେ ସଞ୍ଚୟ କରାଯାଇଥିବା ଅର୍ଥରେ ସମ୍ପତ୍ତି କିଣାଯାଇଥାଏ । ନିଜର ସ୍ୱାମୀ ଓ ପିଲାମାନଙ୍କ ପାଇଁ ନିଜକୁ ସମର୍ପିତ କରୁଥିବା ଜଣେ ମହିଳାଙ୍କୁ ଅଧିକାରରୁ ବଞ୍ଚିତ କରାଯାଇପାରିବ ନାହିଁ ।