ମହାଭାରତ ସିରିଏଲରେ ଶକୁନି ଭୂମିକାରେ ଅଭିନୟ କରୁଥିବା ଅଭିନେତାଙ୍କ ଦେହାନ୍ତ

ମୁମ୍ବାଇ: ଆଉ ନାହାନ୍ତି ‘ମହାଭାରତ’ ସିରିଏଲରେ ଶକୁନି ଭୂମିକାରେ ଅଭିନୟ କରିଥିବା ଗୁଫି ପେଣ୍ଟାଲ ।ଲମ୍ବା ସମୟ ଧରି ଅସୁସ୍ଥତା କାରଣରୁ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ।ଗୁଫି ଲୋକପ୍ରିୟ ଟିଭି ଶୋ’ ମହାଭାରତରେ ‘ଶକୁନି’ ଚରିତ୍ରରେ ଅଭିନୟ କରିଥିଲେ । ଏହି ଚରିତ୍ର ଦର୍ଶକଙ୍କୁ ଏତେ ପସନ୍ଦ ଆସିଥିଲା ଯେ, ଲୋକେ ତାଙ୍କୁ ସାରା ଜୀବନ ମନେ ରଖିବେ । ଅଭିନୟ କରିବା ପୂର୍ବରୁ ସେ ସେନାରେ ଥିଲେ ।

ତାଙ୍କ ଭାଇ ଅମରଜୀତ ପଟେଲ ବଲିଉଡରେ ଥିବାରୁ ସେ ମୁମ୍ବାଇ ଆସି ଅଭିନୟ ଦୁନିଆରେ ପାଦ ଥାପିଥିଲେ ।ମହାଭାରତ ସମେତ ସେ ଟିଭି ଶୋ’ ‘ଆକବର ବିରବଲ’, ‘ସିଆଇଡି’, ’ରାଧା କ୍ରୀଷ୍ଣା’ ଇତ୍ୟାଦି ସିରିଏଲରେ ନଜର ଆସିଥିଲେ ।