ରେଳ ଦୁର୍ଘଟଣା ମାମଲା: ‘କବଚ’ ସିଷ୍ଟମ ଲାଗୁ କରିବାକୁ ସୁପ୍ରିମକୋର୍ଟରେ ଆବେଦନ

ବାଲେଶ୍ୱର ରେଳ ଦୁର୍ଘଟଣାର ତଦନ୍ତ ମାମଲା ଏବେ ସୁପ୍ରିମ୍କୋର୍ଟରେ ପହଞ୍ଚିଛି। ରେଳ ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ‘କବଚ’ ସିଷ୍ଟମକୁ ଶୀଘ୍ର ଲାଗୁ କରିବା ପାଇଁ ଏହି ଆବେଦନରେ ଦାବି କରାଯାଇଛି । ବିଶାଲ ତିଓ୍ଵାରୀ ନାମକ ଓକିଲ ଏହି ମାମଲାକୁ ନେଇ ଆବେଦନ ଦାଖଲ କରିଛନ୍ତି। ଏଥି ସହିତ ପୂର୍ବତନ ଜଜ୍ଙ୍କ ଅଧ୍ୟକ୍ଷତାରେ ଯାଞ୍ଚ ଆୟୋଗ ଗଠନ ପାଇଁ ଦାବି କରାଯାଇଛି। ରେଳ ସୁରକ୍ଷାକୁ ନେଇ ମଧ୍ୟ ପୂର୍ବତନ ଜଜ୍ଙ୍କ ଅଧ୍ୟକ୍ଷତାରେ ବିଶେଷଜ୍ଞ କମିଟି ଗଠନ କରିବାକୁ ଦାବି ହୋଇଛି।

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦୁର୍ଘଟଣାର କାରଣ ସମ୍ପର୍କରେ କହିଛନ୍ତି, ଇଣ୍ଟରଲକିଂରେ ପରିବର୍ତ୍ତନ ହେତୁ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ପାଇଁ ଦାୟୀ ଥିବା ଲୋକଙ୍କୁ ଚିହ୍ନଟ କରାଯାଇଛି। ବହୁତ ଜଲ୍ଦି ତଦନ୍ତ ରିପୋର୍ଟ ସାମ୍ନାକୁ ଆସିଛି। ଏଥି ସହିତ ଅଶ୍ୱିନୀ କହିଛନ୍ତି, ଦୁର୍ଘଟଣାର କବଚ ସହିତ କୌଣସି ପ୍ରକାରର କିଛି ସମ୍ବନ୍ଧ ନାହିଁ।