୯୦ ବର୍ଷର ବୃଦ୍ଧଙ୍କୁ ମିଳିଲା ଆଜୀବନ କାରାଦଣ୍ଡ

ଫିରୋଜାବାଦ: ନ୍ୟାୟ ବ୍ୟବସ୍ଥାର ଅଜବ ନୀତି ଉତ୍ତରପ୍ରଦେଶର ଫିରୋଜାବାଦରେ ଦେଖିବାକୁ ମିଳିଛି । ଅଭିଯୁକ୍ତ ଯେତେବେଳେ ମୃତ୍ୟୁ ମୁହଁରେ ସେହି ବୟସରେ ତାଙ୍କୁ ମିଳିଛି ଆଜୀବନ କାରାଦଣ୍ଡ । ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୪୨ ବର୍ଷ ପରେ ହୋଇଛି ହତ୍ୟାକାଣ୍ଡର ଶୁଣାଣୀ ଆଉ ଏଥି ସହ ଫିରୋଜାବାଦର ୯୦ ବର୍ଷର ବୃଦ୍ଧଙ୍କୁ ମିଳିଛି ଆଜୀବନ କାରାଦଣ୍ଡ, ଏହାସହ ୫୫ହଜାର ଟଙ୍କାର ଜରିମାନା ।
ସୂଚନା ମୁତାବକ, ୧୯୮୧ ମସିହାରେ ୧୦ଜଣ ଦଳିତଙ୍କୁ ଗୁଳିମାରି ହତ୍ୟା କରାଯାଇଥିବା ମାମଲାରେ ୧୦ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଏହି ଘଟଣାରେ ୩ଜଣ ଗୁରୁତର ଆହତ ମଧ୍ୟ ହୋଇଥିଲେ । ଦୀର୍ଘ ବର୍ଷର ବିଚାର ମଧ୍ୟରେ ହିଁ ୯ଜଣ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇସାରିଛି । ଜୀବିତ ଥିଲେ ଏକମାତ୍ର ଦୋଷୀ ଯାହାଙ୍କୁ ଏବେ ପାଖାପାଖି ୯୦ ବର୍ଷ । ଏ ବୟସରେ ଶୁଣାଣୀ କରି କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇବା ସହ ୫୫ ହଜାର ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।