ପୁଷ୍ପା ୨ ଶୁଟିଂ ସାରି ଫେରୁଥିବା ବେଳେ ଘଟିଲା ଅଘଟଣ । ବସ୍ଟି ‘ପୁଷ୍ପା ୨’ର କଳାକାରଙ୍କୁ ଧରି ଆନ୍ଧ୍ରପ୍ରଦେଶରୁ ଶୁଟିଂ ସାରି ହାଇଦ୍ରାବାଦ ଫେରୁଥିଲା। ଏହି ସମୟରେ ତେଲେଙ୍ଗାନାର ନାଲଗୋନ୍ଦା ଜିଲ୍ଲାରେ ଆଜି ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ଅନୁସାରେ, ବସ୍ଟି ଫିଲ୍ମର କଳାକାରଙ୍କୁ ଧରି ଫେରୁଥିବା ବେଳେ ହାଇଦ୍ରାବାଦ-ବିଜୟୱାଡା ରାଜପଥର ନର୍କେଟପଲ୍ଲୀ ନିକଟରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଆର୍ଟିସି ବସ୍କୁ ଧକ୍କା ଦେଇଥିଲା।
ଏଥିରେ ୨ ଜଣ କଳାକାର ସାମାନ୍ୟ ଆହତ ହୋଇଛନ୍ତି। ଗାଡ଼ି ଖରାପ ହେବା ଯୋଗୁ ଆର୍ଟିସି ବସ୍ ଡ୍ରାଇଭର ରାସ୍ତାକଡ଼ରେ ଗାଡ଼ି ରଖି ଏହାକୁ ଠିକ୍ କରୁଥିଲେ। ଏହି ସମୟରେ କଳାକାରଙ୍କୁ ଧରି ଫେରୁଥିବା ବସ୍ ଡ୍ରାଇଭର ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଗାଡ଼ିକୁ ଦେଖି ପାରିନଥିଲେ ଓ ଧକ୍କା ଦେଇଥିଲେ।