ଆଜି ଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ସାମିଲ ହେବେନି ୬ ରାଜ୍ୟର ମୁଖ୍ୟମନ୍ତ୍ରୀ

ଆଜି ଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଅଷ୍ଟମ ସାଧାରଣ ପରିଷଦ ବୈଠକ । ଏହାକୁ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ନୀତି ଆୟୋଗ ବୈଠକ ଭାବେ ବିଚାର କରାଯାଉଛି । ଏହି ଦୃଷ୍ଟିରୁ ବୈଠକଟି ବେଶ ଗୁରୁତ୍ୱ ରଖୁଛି । ତେବେ ବୈଠକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ , ବିହା ମୁଖ୍ୟମନ୍ତ୍ରୀ ନୀତିଶ କୁମାର , ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ , କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଯୋଗ ଦେବେନି ଯୋଗ ଦେବେନି ବେଲେି କହିଚନ୍ତି । କେଜ୍ରିୱାଲ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ସବୁବେଳେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥାଏ। ଏବେ ଦିଲ୍ଲୀ ସରକାରଙ୍କ କ୍ଷମତା ଉପରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଉପରେ ଅଧ୍ୟାଦେଶ ଆଣିଛନ୍ତି କେନ୍ଦ୍ର ସରକାର। ଏହାକୁ ନେଇ ଖପ୍ପା ଥିବା କେଜ୍ରିୱାଲ ବୈଠକରେ ଯୋଗ ଦେବାକୁ ସଫା ସଫା ମନା କରି ଦେଇଛନ୍ତି।ପୂର୍ବ ନିର୍ଦ୍ଧାରିତ କାର୍ୟ୍ୟସୂଚୀ ପାଇଁ ବୈଠକରେ ଯୋଗ ଦେଇ ପାରୁ ନ ଥିବା ବିହାର ମୁଖ୍ୟମନ୍ତ୍ରୀ ସଫେଇ ଦେଇଛନ୍ତି। ଅପରପକ୍ଷେ, କେନ୍ଦ୍ର ସରକାର ପଞ୍ଜାବର ହିତ ପାଇଁ ଧ୍ୟାନ ଦେଉ ନ ଥିବାରୁ ଏହି ବୈଠକରେ ସାମିଲ ହେବେ ନାହିଁ ବୋଲି ଜଣାଇ ଦେଇଛନ୍ତି।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ବୈଠକକୁ ଯିବେନି ବୋଲି ସ୍ପଷ୍ଟ ହୋଇଥିବା ବେଳେ ତାଙ୍କ ପ୍ରତିନିଧୀ ଏଥିରେ ସାମିଲ ହୋଇପାରନ୍ତି ବୋଲି ଶୁଣିବାକୁ ମିଳିଛି। କିନ୍ତୁ କେନ୍ଦ୍ର ସରକାର ମମତାଙ୍କ ପ୍ରତିନିଧୀଙ୍କୁ ସାମିଲ ହେବାକୁ ଅନୁମତି ଦେଇ ନ ଥିବା ଜଣାଯାଇଛି।