ନୂଆଦିଲ୍ଲୀ: ଭୋଡାଫୋନ କମ୍ପାନୀ ଏବେ ୧୧ ହଜାର କର୍ମଚାରୀ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି । ଗୁଗୁଲ, ଟ୍ୱିଟର, ମେଟା, ଅମାଜନ, ଫେସବୁକ ଭଳି ବଡ ବଡ କମ୍ପାନୀମାନେ ଛଟେଇ ଜାରି ରଖିଥିବା ବେଳେ ଦେଶରେ ବୃହତ ମୋବାଇଲ ଟେକୱର୍କ କମ୍ପାନୀ ଭୋଡାଫୋନ ଏବେ ୧୧ ହଜାର କର୍ମଚାରୀ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି । ଅନୁମାନ କରାଯାଉଛି କି, କମ୍ପାନୀ ଆଗାମୀ ୩ବର୍ଷ ପର୍ଯ୍ୟନ୍ତ କର୍ମଚାରୀ ଛଟେଇ କରିବାକୁ ଯୋଜନା ପ୍ରସ୍ତୁତ କରୁଛି । କମ୍ପାନୀର ମୁଖ୍ୟ ମାର୍ଗେରିଟା ଡେଲ୍ଲା କହିଛନ୍ତି କି, କମ୍ପାନୀ ପରିଚାଳନାକୁ ସାଧାରଣ କରିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି ।
କମ୍ପାନୀ ତରଫରୁ କୁହାଯାଇଛି କି, ଜର୍ମାନୀର ଯେଉଁଠାରେ କମ୍ପାନୀର ଅଧିକ ବ୍ୟବସାୟ ରହିଛି ସେଠାରେ କମ୍ପାନୀର ପ୍ରଦର୍ଶନ ଖରାପ ରହିଛି । ଏଠାରେ କମ୍ପାନୀ ୧.୩ ପ୍ରତିଶତ କ୍ଷତିରେ ଚାଲିଛି । ସେହିଭଳି କମ୍ପାନୀକୁ ଆଫ୍ରିକାରେ ହ୍ୟାଣ୍ଡସେଟ୍ ବିକ୍ରିରୁ ଅଧିକ ଲାଭ ମିଳିଛି । ମାର୍ଗେରିଟା କହିଛନ୍ତି କି, କମ୍ପାନୀ ଗ୍ରାହକ ଓ ସାଧାରଣ ପରିଚାଳନା ଉପରେ ଗୁରୁତ୍ୱ ଦେଇଛି ।