ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିବାହ ଓ ଶୀତଳଷଷ୍ଠୀ ପାଇଁ ପ୍ରସ୍ତୁତି ଆରମ୍ଭ । ବିଭିନ୍ନ ନିଯୋଗ ପ୍ରତିନିଧି ଓ ସେବାୟତମାନଙ୍କୁ ନେଇ ମନ୍ଦିର କାର୍ଯ୍ୟାଳୟରେ ପ୍ରଶାସନ ଆଲୋଚନା କରିଛି। ଚଳିତ ବର୍ଷ ଶୀତଳଷଷ୍ଠୀ ଯାତ୍ରା ଓ ବିବାହ ଯାତ୍ରା ବେଳେ ଜିଜେ ବାଜିବ ନାହିଁ। ରାତି ୧୦ଟା ମଧ୍ୟରେ ଗୋଟିଏ ସ୍ଥାନରେ ବାଣ ଫୁଟିବ। ତାହା ପୁଣି ଲାଇସେନ୍ସ ପ୍ରାପ୍ତ ବାଣୁଆ ଏହି ବାଣ ଫୁଟାଇ ପାରିବେ। ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ମନ୍ଦିର କାର୍ଯ୍ୟାଳୟଠାରେ ଏହି ବୈଠକ କରାଯାଇ ଯାତ୍ରାର ନୀତି ନିର୍ଘଣ୍ଟ ସମ୍ପର୍କରେ ଆଲୋଚନା ହୋଇଥିଲା। ପ୍ରଶାସନର ଘୋଷଣା ଅନୁଯାୟୀ ଆସନ୍ତା ମେ’ ୨୪ରେ ରାତି ୧୧ଟା ସୁଦ୍ଧା ବାହାରିବ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ବିବାହ ଶୋଭାଯାତ୍ରା ।