ଲିଫ୍ଟ ମାଗି ସୁଟିଂକୁ ଗଲେ ବିଗ୍-ବି

‘ଧନ୍ୟବାଦ, ମୁଁ ତୁମକୁ ଜାଣିନାହିଁ... ତୁମେ ମୋତେ ମୋର କାର୍ଯ୍ୟ ସ୍ତଳରେ ପହଞ୍ଚାଇଛ...ଥ୍ୟାଙ୍କୟୁ କ୍ୟାପ୍, ହଳଦିଆ ଟି-ସାର୍ଟ ମାଲିକ’

ମୁମ୍ବାଇ:ବଲିଉଡ ଶେହେନ୍ସା ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ନିଖୁଣଇ ଅଭିନୟ ହେଉ କିମ୍ବା ତାଙ୍କ ଷ୍ଟାଇଲ ତ ହେଉ ତାଙ୍କର ବ୍ୟବହାର ଓ ସମାର୍ଯ୍ୟନୁବର୍ତ୍ତୀତା ପାଇଁ ସେ ସେତିକି ପରିଚିତ । ବିଗ୍-ବି ଅମିତାଭ ବଚ୍ଚନ କୌଣସି ସ୍ଥାନକୁ ବିଳମ୍ବରେ ପହଞ୍ଚିବାକୁ ପସନ୍ଦ କରନ୍ତି ନାହିଁ । ଏମିତି କି ନିଜର ଫିଲ୍ମୁ ସୁଟିଂ ସେଟ୍କୁ ତ ଜମାବି ନୁହେଁ । ନିକଟରେ ଅମିତାଭ ତାଙ୍କ ସୁଟିଂ ପାଇଁ ଯିବା ସମୟରେ ଟ୍ରାଫିକ୍ ଜାମ୍ ହୋଇଥିଲା । ଆଉ ସେଥିପାଇଁ ଅମିତାଭଙ୍କୁ ଅଟକିବାକୁ ପଡ଼ିଥିଲା ।
ପ୍ରବଳ ଟ୍ରାଫିକ୍ ଜାମ୍ ହେତୁ ତାଙ୍କ କାର୍ ଆଗକୁ ବଢ଼ିବାରେ ସକ୍ଷମ ହୋଇପାରିନଥିଲା । ଫଳରେ ସେ ଏକ ଯୁବକଙ୍କୁ ଲିଫ୍ଟ ମାଗିବା ସହ ତାଙ୍କ ବାଇକ୍ରେ ଯାଇ ସୁଟିଂ ସେଟ୍ରେ ପହଞ୍ଚିଥିଲେ । ପରେ ତାଙ୍କୁ ଏକ ଇଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଧନ୍ୟବାଦ ଜଣାଇଥିଲେ । ସେହି ପୋଷ୍ଟରେ ବିଗ୍-ବି ଫଟୋ ପୋଷ୍ଟ କରିବା ସହ କ୍ୟାପସନରେ  ଯୁବକ ଜଣକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଫଟୋରେ ଅମିତାଭ୍ ବାଇକ୍ ପଛରେ ବସିଥିବା ଦେଖିବାକୁ ମିଳିଛନ୍ତି । ‘ଧନ୍ୟବାଦ, ମୁଁ ତୁମକୁ ଜାଣିନାହିଁ… ତୁମେ ମୋତେ ମୋର କାର୍ୟ୍ୟ ସ୍ତଳରେ ପହଞ୍ଚାଇଛ…ଥ୍ୟାଙ୍କୟୁ କ୍ୟାପ୍, ହଳଦିଆ ଟି-ସାର୍ଟ ମାଲିକ’ ।
ସୂଚନା ଅନୁସାରେ ଅମିତାଭ ବଚ୍ଚନ ବର୍ତ୍ତମାନ ‘ପ୍ରୋଜେକ୍ଟ କେ’ ପାଇଁ ସୁଟିଂରେ ବ୍ୟସ୍ତ ରହିଛନ୍ତି । ‘ପ୍ରୋଜେକ୍ଟ କେ’ର ସୁଟିଂ ପାଇଁ ଯିବାବେଳେ ତାଙ୍କ ଗାଡ଼ି ଟ୍ରାଫିକରେ ଫସି ରହିଥିଲା । ଫଳରେ ସୁଟିଂରେ ବିଳମ୍ୱ ହେବାନେଇ ଅମିତାଭ ଅନୁଭବ କରିବା ପରେ ବାଇକ୍ରେ ଯାଇ ସେଟ୍ରେ ପହଞ୍ଚିବାକୁ ସ୍ଥିର କରିଥିଲେ ।