ବହି ବିକି କାନ ଧରି ଉଠବସ ହେଲେ ସାର । ପଢା ବହି କବାଡିଆକୁ ବିକ୍ରି କରୁଥିଲେ ବୋଲଗଡ ସିଆରସିସି ମନମୋହନ ମିଶ୍ର । ଯାହାକୁ ଧରିଥିଲେ ଗ୍ରମ ବସି ପରେ କାନ ଧରି ଉଠବସ ହୋଇଥିଲେ ସାର ଯାହାର ଭିଡିଓ ସୋସିଆଲ ମିଡିଆରେ ବେସ ଭାଇରାଲ ହୋଇଥିଲା ।ଏବେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ କ୍ଲଷ୍ଟର ସିଆରସିସି ମନମୋହନ ମିଶ୍ର । ତାଙ୍କୁ ସସପେଣ୍ଡ କରିଛନ୍ତି ବ୍ଲକ ଶିକ୍ଷା ଅଧିକାରୀ । ସ୍କୁଲ ବହି ବିକ୍ରି କରିବା ବେଳେ ସିଆରସିସି ମନମୋହନ ମିଶ୍ରଙ୍କୁ ଧରିଥିଲେ ଗାଁ ଲୋକ । ଧରାପଡିବାରୁ ସେ କାନ ଧରି ବସ୍ଉଠ ହୋଇଥିଲେ ଦେଉଳି ସ୍ଥିତ ସତମାର୍ଗ ଇଂରାଜୀ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ଛାତ୍ରଛାତ୍ରୀଙ୍କ ପାଇଁ ବହି ଆସିଥିଲା । ହେଲେ ସିଆରସିସି ଏକ କବାଡି ବାଲାକୁ ସମସ୍ତ ବହି ବିକ୍ରି କରୁଥିବା ବେଳେ ଗ୍ରାମବାସୀ ଓ ବ୍ଲକ ଉପାଧ୍ୟକ୍ଷ ପହଂଚି ଅଟକ ରଖିଥିଲେ । ଗ୍ରାମବାସୀଙ୍କ ହାତରେ ଧରାପଡିବାରୁ ଭୁଲ ମାଗି କାନଧରି ବସଉଠ ହୋଇଥିଲେ ସିଆରସିସି ।