ଭୁବନେଶ୍ୱର: ୨୦୨୨-୨୩ ଆର୍ଥିକ ବର୍ଷର ଦ୍ୱିତୀୟ ପର୍ଯ୍ୟାୟ ସୁଧ ରିହାତି ବିତରଣ କରାଯାଛି । ଏହି ବିତରଣ କାର୍ଯ୍ୟକ୍ରମ ଲୋକ ସେବା ଭବନରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ୩୫ ଲକ୍ଷ ରୁ ଉଦ୍ଧ୍ୱର୍ କୃଷକ ପରିବାର ପାଇଁ ସମବାୟ ବ୍ୟାଙ୍କ ଓ ପ୍ରାଥମିକ କୃଷି ଋଣ ସମବାୟ ସମିତିକୁ ଦ୍ୱିତୀୟ ପର୍ଯ୍ୟାୟ ସୁଧ ରିହାତି ବିତରଣ କରାଯାଇଚି । ଏହି କାର୍ଯ୍ୟକ୍ରମରେ ୩୫ଲକ୍ଷ ଚାଷୀ ସୁଧ ରିହାତି ପାଇ ଉପକୃତ ହୋଇଛନ୍ତି । ଚାଷୀଙ୍କୁ ବିନା ସୁଧରେ ଋଣ ଦେବାରେ ଓଡ଼ିଶା ପ୍ରଥମ ରାଜ୍ୟ। ୪୪୧କୋଟି ୭୬ଲକ୍ଷ ଟଙ୍କାର ବିନା ସୁଧ ଋଣ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ଏହା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମବାୟ ମନ୍ତୀ ଓ ମୁଖ୍ୟ ଶାସନ ସଚିବ ଉପସ୍ଥିତ ରହିଛନ୍ତି ।