ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ୩ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ଭିଜିଲାନ୍ସ ,ଆୟ ବହିର୍ଭୂତ ସମ୍ପତି ଠୁଳ ମାମଲାରେ ଚାର୍ଜସିଟ୍ ଦାଖଲ
ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଚାର୍ଜସିଟ ଦାଖଲ । ୩ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତି ଠୁଳ ମାମଲାରେ ଚାର୍ଜସିଟ୍ ଦାଖଲ କରିଛି ଭିଜିଲାନ୍ସ । ୩ ହଜାର ପୃଷ୍ଠାର ଚାର୍ଜସିଟ୍ରେ ୯ କୋଟି ୧୮ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସମ୍ପତି ଥିବା ଉଲ୍ଲେଖ ହୋଇଛି । ଲୋକାୟୁକ୍ତଙ୍କ ଅନୁମତି ପରେ ଆୟ ବହିର୍ଭୂତ ସମ୍ପତି ଠୁଳ ମାମଲାରେ ସ୍ପେଶାଲ କୋର୍ଟରେ ଚାର୍ଜସିଟ୍ ଚାର୍ଜସିଟ୍ ଦାଖଲ କରିଛି ଭିଜିଲାନ୍ସ । ପ୍ରଦୀପଙ୍କ ସହ ତାଙ୍କ ପତ୍ନୀଙ୍କୁ ବି ଚାର୍ଜସିଟ୍ରେ ଅଭିଯୁକ୍ତ ଦର୍ଶାଯାଇଛି । ଅନୁସନ୍ଧାନ ରିପୋର୍ଟ ଯାଞ୍ଚ କରିବା ପରେ ମାନ୍ୟବର ଲୋକାୟୁତା ପ୍ରଦୀପ ପାଣିଗ୍ରାହୀ ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ଭୁବନେଶ୍ୱରର ସ୍ୱତନ୍ତ୍ର କୋର୍ଟରେ ଚାର୍ଜସିଟ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତଦନ୍ତ କରୁଛି ଭିଜିଲାନ୍ସ । ୨୦୨୧ ଅକ୍ଟୋବର ମାସରେ ଭିଜିଲାନ୍ସ ରେଡ୍ କରିଥିଲା ।