ଦୟାଦଗିର : ନାମାଙ୍କନ ଦାଖଲ ବେଳେ ପ୍ରାର୍ଥୀ ଦେଲେ ୧୦ ହଜାର ଟଙ୍କାର କଏନ୍ । ଗଣି ଗଣି ବେହାଲ ହେଲେ ଅଧିକାରୀ । ଦୀର୍ଘ ଦୁଇଘଣ୍ଟ ପର୍ଯ୍ୟନ୍ତ ଗଣିଚାଲିଲେ କଏନ୍ ପରେ ହେଲା ନାମାଙ୍କନ ଦାଖଲ । ତେବେ ଏହି କଏନକୁ ମାଗି ମାଗି ସଂଗ୍ରହ କରିଥିଲେ ପ୍ରାର୍ଥୀ । ପରେ ସେହି ଖୁଚୁରା ଟଙ୍କାକୁ ଥଳିରେ ଆଣି ପହଞ୍ଚିଥିଲେ ନାମାଙ୍କନ ଦାଖଲ କରିବାକୁ । ତେବେ ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକରେ । ତେବେ ଆସନ୍ତା ମାସରେ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହାକୁ ନେଇ ବିଜେପି ଓ କଂଗ୍ରେସ ସମେତ ଏକାଧିକ ରାଜନୈତିକ ଦଳ ନିଜ ନିଜର ପ୍ରସ୍ତୁତିରେ ଲାଗିପଡିଛନ୍ତି ।
ପ୍ରତି ଦଳର ପ୍ରାର୍ଥୀମାନେ ଲକ୍ଷ, କୋଟି କୋଟି ଟଙ୍କା ଖର୍ଚ୍ଚ କରି ନିର୍ବାଚନ ଲଢୁଥିବା ବେଳେ ଦୟାଦଗିର ଆସନ ପାଇଁ ମଇଦାନକୁ ଓହ୍ଲାଇଥିବା ସ୍ୱାଧିନ ପ୍ରାର୍ଥୀ ୟଙ୍କପ୍ପା ନାମାଙ୍କନ ବାବଦ ରାଶି ଭରିବା ପାଇଁ ୧୦ହଜାର ଟଙ୍କାର ଆଦାୟ କରିଛନ୍ତି । ତେବେ ତାଙ୍କସାହାସକୁ ମାନିବାକୁ ପଡିବ କାରଣ ୟକପ୍ପା ଗାଁ ଗାଁ ବୁଲି ମତଦାତାଙ୍କଠାରୁ ଟଙ୍କାଏ ଟଙ୍କାଏ ଆଦାୟ କରିଥିଲେ । ତେବେ ଚଳିତବର୍ଷ ନିର୍ବାଚନରେ ଅମାନତ ରାଶି ପାଇଁ ୧୦ହଜାର ଟଙ୍କା ସ୍ଥିର କରାଯାଇଛି । ଏଣୁ ସେ ଲୋକଙ୍କ ସାହାଯ୍ୟ ଲୋଡି ଏହି ଟଙ୍କା ଅ।।ଦୟ କରି ନିର୍ବାଚନ ଅଧିକାରୀଙ୍କ କାର୍ୟ୍ୟାଳୟରେ ସ୍ୱାଧୀନ ପ୍ରାର୍ଥୀର ଏକ ବ୍ୟଚ ପିନ୍ଧି ପହଞ୍ଚିଥିଲେ । ଟଙ୍କା ଗଣିବାକୁ ଅଧିକାରୀଙ୍କୁ ୨ଘଣ୍ଟା ସମୟ ଲାଗିଥିଲା ।
ୟଙ୍କପ୍ପା କାହିଛନ୍ତି ଯେ, ଆପଣ ମୋତେ କେବଳ ଟଙ୍କା ଦେଇ ନାହାନ୍ତି ବରଂ ମୋତେ ଆଶ୍ରୀବାଦ ଦେଇଛନ୍ତି । ଏଣୁ ଭୋଟରଙ୍କୁ ଭୋଟ ଦେବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି । ଆଉ କହିଛନ୍ତି ଯେ, ଯଦି ସେ ଜିତିଛନ୍ତି ତେବେ ଗରିବ ଲୋକଙ୍କୁ ଧନୀ କରିବାକୁ ଚେଷ୍ଟା କରିବେ । ତେବେ ରାଜ୍ୟରେ ମୋଟ ୨୨୪ ବିଧାନସଭା ନିର୍ବାଚନମଣ୍ଡଳୀ ଅଛି। ମେ ୧୦ ରେ ମତଦାନ ଅନୁଷ୍ଠିତ ହେବ ଏବଂ ଫଳାଫଳ ମେ ୧୩ ରେ ଘୋଷଣା କରାଯିବ। ଏହା ରି ଭିତରେ ଏଭଳି ଘଟଣା ପରେ କର୍ଣ୍ଣାଟକ ରାଜ୍ୟରେ ଏକ ନିର୍ବାଚନୀ ଉତ୍ତେଜନା ଦେଖାଦେଇଛି। ୟଙ୍କପ୍ପାଙ୍କ ଏହି ନିଆରା ପ୍ରାୟାସ ଦଳଗତ ପ୍ରାର୍ଥୀଙ୍କୁ ଦ୍ୱନ୍ଦରେ ପକାଇଦେଇଛି ।