ଭୁବନେଶ୍ୱର: ହୀରାକୁଦରେ ଉତ୍କଟ ପାଣି ସମସ୍ୟାକୁ ନେଇ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ କ୍ଷୋଭ। ରାଜ୍ୟ ସରକାରଙ୍କୁ କଲେ କଡ଼ା ଟାର୍ଗେଟ। ହୀରାକୁଦରେ ପାଣି ସମସ୍ୟା ଉଦବେଗଜନକ। ହୀରାକୁଦ ଇତିହାସରେ ଏମିତି ପ୍ରଥମ ଥର ସଙ୍କଟ ଦେଖାଦେଇଛି। ଏତେ ତଳ ସ୍ତରକୁ ଚାଲିଯିବ କେହି ଅନୁମାନ କରିନଥିବେ। ଏହା ଦ୍ଵାରା ୧୪ରୁ ୧୫ ଜିଲ୍ଳା କ୍ଷତିଗ୍ରସ୍ତ ହେବ। ସରକାରଙ୍କ ପାଖରେ ଏମିତି ସମସ୍ୟା ନେଇ ଖବର ନଥିଲା କେମିତି ବୋଲି ପ୍ରଶ୍ନ କଲେ ବିଜୟ ମହାପାତ୍ର । ଏବେ ହୀରାକୁଦରେ ଜଳ ସ୍ତର ୬୧୬.୬୯ ଫୁଟ୍ ଅଛି । ଗତବର୍ଷ ଏହି ୬୨୧.୫ ଫୁଟ୍ ଥିଲା। ୪ ଦିନ ତଳେ ୬୧୭.୫୧ ଫୁଟ୍ ଥିଲା। ଅର୍ଥାତ ୪ ଦିନରେ ଗୋଟିଏ ଫୁଟ୍ କମୁଛି । ଯଦି ଏହି ହାରରେ ପାଣି କମେ ମେ ଶେଷ ବେଳକୁ ୬୦୦ ଫୁଟରେ ପହଞ୍ଚିବା। ଆଉ ୬୦୦ ଫୁଟରେ ପହଞ୍ଚିଲେ ପିଇବା ପାଣି, ଚାଷ ପାଣି ସମସ୍ୟା ସହ ବିଜୁଳି ଉତ୍ପାଦନ ବନ୍ଦ ହେବ। ପୁର୍ବରୁ ୧୨ ହଜାରରୁ ୧୫ ହଜାର କ୍ୟାସେକ ଆସୁଥିଲା ହେଲେ ଏବେ ୪୮୫ କ୍ୟାସେକ ପାଣି ଆସୁଛି। ଏଭାପରେସନ୍ ଲସ୍ ହେଉଛି ୮୧୫ କ୍ୟୁସେକ ଏଭାପରେସନ୍ ଲସ୍ ହେଲା। ଟ୍ରିବୁନାଲ ଗଠନକୁ ୭ ବର୍ଷ ହୋଇଗଲା। ୧.୨୫୨ ମିଲିୟନ ଏକର ପାଣି ଦିଆଯାଉ ଦାବୀ ଥିଲା ଟ୍ରିବୁନାଲ ନିଷ୍ପତ୍ତି ନେଲା ନାହିଁ। ଟ୍ରିବୁନାଲ ଇଣ୍ଟେରିମ ରିଲିଫ୍ ଦେଲେ ନାହିଁ କାହିଁକି। ତାଙ୍କଠୁ ନ୍ୟାୟ ଅପେକ୍ଷା ନକରି । ଛତିଶଗଡ଼ ସରକାର ଯଦି କିଛି ପାଣି ଛାଡିବେ ତାହେଲେ କିଛି ସମାଧାନ ହେବ। ଛତିଶଗଡ ମନମୁଖୀ ବ୍ୟାରେଜ ନିର୍ମାଣର ପ୍ରଥମ ପ୍ରଭାବ ଓଡ଼ିଶାରେ ଏବେ ପଡୁଛି। ଡ଼ିସେମ୍ବରରୁ ଏ ସମସ୍ୟା ଆରମ୍ଭ ହେଲାଣି ଏବେ ମାର୍ଚ୍ଚ ହେଲାଣି। ସରକାର ଜାଣିଥିଲେ। ଆଉ ମେ ବେଳକୁ କଣ ହେବ ଅନୁମାନ କରିବା ମୁସ୍କିଲ। ଜୁନ୍ ମାସରେ ହୀରାକୁଦ ଡେଡ ଷ୍ଟୋରେଜ ଳେଭୁଲ୍ ହୋଇଯିବ। ଛତିଶଗଡ଼ ସରକାର ଏବଂ ଟ୍ରିବୁନାଲ୍ ଦାୟୀ। ଅଣ ମୌସୁମୀ ସମୟରେ ସମସ୍ୟା ପାଇଁ ଇବ ଆଉ ଅଙ୍ଗ ପ୍ରକଳ୍ପ ସହ ତଳମୁଣ୍ଡରେ ବ୍ୟାରେଜ ନିର୍ମାଣ କରିପାରିଥାନ୍ତେ । ୭ ବର୍ଷ ଭିତରେ ସରକାର ଚାହିଁଥିଲେ ୨ରୁ ୩ଟି ବ୍ୟାରେଜ କରିପାରି ଥାନ୍ତେ। ୪୦ ପ୍ରତିଶତ ଅଣମୌସୁମୀ ସମୟରେ ମେନେଜ କରାଯାଇ ପାରିଥାନ୍ତା। ରାଜ୍ୟ ସରକାର ସବୁ ଜାଣି କେମିତି ନୀରବ ରହିଲେ। ଏତେ ବଡ ସମସ୍ୟାକୁ ସରକାର ଗୁରୁତର ସହ ନନେଇ କାହିଁ ଖାମଖିଆଲ ଭାବେ ନେଲେ। ବିଧାନସଭାରେ ସବୁ ଦିଗକୁ ନେଇ ସଦସ୍ୟା ମାନେ ଆଳୋଚନା କରଣତୁ। ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତିରେ ଏହି ସମସ୍ୟାର ସମାଧାନ କରନ୍ତୁ।