ନୂଆ ଦିଲ୍ଲୀ : ଇଡି ସସ୍କାନରରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ । ଶୁକ୍ରବାର ଲାଲୁଙ୍କ ଝିଅ, ସମୁଦି ଓ ପୁଅ ଘରେ ଘନ ଘନ ଚଢ଼ାଉ କରିଛି ଇଡି । ଚାକିରି ବଦଳରେ ଜମି ଘୋଟାଲା ମାମଲାରେ ଶୁକ୍ରବାର ଦିଲ୍ଲୀରୁ ବିହାର ଯାଏଁ ପ୍ରାୟ ୨୦ଟି ସ୍ଥାନରେ ରେଡ୍ କିରିଛି ଇଡି। ଏବଂ ଲାଲୁ ପ୍ରସାଦ ଯାଦବଙ୍କ ୩ ଝିଅ ରାଗିଣୀ ଯାଦବ, ଚନ୍ଦା ଯାଦବ, ହେମା ଯାଦବଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ାଉ କରିଛି। କେବଳ ସେତିକି ନୁହେଁ ପୁଅ ତେଜସ୍ୱୀ ଯାଦବ ଓ ରାଷ୍ଟ୍ରୀୟ ଜନତା ଦଳ ନେତାଙ୍କ ପରିସରରେ ବି ଏହି ଚଢାଉ କରାଯାଇଛି। ପାଟନା, ଫୁଲବାରୀ ଶରିଫ, ଦିଲ୍ଲୀ ଏନ୍ସିଆର୍, ରାଞ୍ଚି ଓ ମୁମ୍ବାଇରେ ପୂର୍ବତନ ଆର୍ଜେଡି ବିଧାୟକ ଅବୁ ଦୋଜାନା, ଅମିତ କାତ୍ୟାଲ, ନବଦୀପ ସରଦାନା ଓ ପ୍ରଣବ ଜୈନଙ୍କ ଘରେ ରେଡ୍ କରିଛି ଇଡି। ଶୁକ୍ରବାର ଅଧା ରାତି ପର୍ୟ୍ୟନ୍ତ ଏହି ଚଢାଉ ଜାରି ରହିଥିଲା।