ରୁଷୀୟ ପର୍ଯ୍ୟଟକଙ୍କୁ ଆକ୍ରମଣ କରି ଲୁଟିନେଲେ ସାମଗ୍ରୀ

ରାଉରକେଲା : ରୁଷୀୟ ପର୍ଯ୍ୟଟକଙ୍କୁ ଆକ୍ରମଣ । ରାଉରକେଲା ରେଳ ଷ୍ଟେସନ ନିକଟବର୍ତ୍ତୀ ହୋଟେଲ ଅମର୍ ଭବନ ନିକଟରେ ଜଣେ ରୁଷୀୟ ପର୍ୟ୍ୟଟକଙ୍କୁ ଆକ୍ରମଣ କରାଯାଇଛି। ପର୍ଯ୍ୟଟକ ଜଣକ ହୋଉଛନ୍ତି ରୋମାନ । ସୂଚନା ଅନୂଯାୟୀ ବୁଧବାର ସନ୍ଧ୍ୟାରେ ରୋମାନ କଲିକତାରୁ ଅସି ରାଉରକେଲା ରେଳ ଷ୍ଟେସନରେ ଓହ୍ଲାଇଥିଲେ । ଷ୍ଟେସନ ନିକଟସ୍ଥ ହୋଟେଲ ଅମର ଭବନ ନିକଟରେ ୧୦ ରୁ ୧୨ଜଣ ଦୃର୍ବୃତ୍ତ ତାଙ୍କୁ ଆକ୍ରମଣ କରି ତାଙ୍କ ସାମଗ୍ରୀ ଲୁଟି ନେଇଛନ୍ତି । ନଗଦ ପାଞ୍ଚ ହଜାର ଟଙ୍କା, ମୋବାଇଲ, ଭିସା ଆଦି ନେଇଯାଇଛନ୍ତି। ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଆହତ ଅବସ୍ଥାରେ ରୋମାନଙ୍କୁ ରାଉରକେଲା ସରକାରୀ ଢାକ୍ତରଖାନାରେ ଭର୍ତ୍ତି କରିଥିଲା। ରୋମାନଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ଠିକ୍ ଅଛି। ଅନ୍ୟପଟେ ପୁଲିସ ଦୁବୃର୍ତ୍ତମାନଙ୍କୁ ଖୋଜୁଥିବା ବେଳେ ରୋମାନ କହିଛନ୍ତି ୨୦୨୨ରୁ ସେ ଟୁରିଷ୍ଟ ଭିସାରେ ଭାରତରେ ଅଛନ୍ତି ।