ମୁମ୍ବାଇ : ଅଭିନେତା ଶାହରୁଖ ଖାନଙ୍କ ପତ୍ନୀ ଗୌରୀ ଖାନଙ୍କ ବିରୋଧରେ ଥାନାରେ ମାମଲା | ମୁମ୍ବାଇର ଜଣେ ବ୍ୟକ୍ତି କରିଛନ୍ତି ଅଭିଯୋଗ | ଉତ୍ତରପ୍ରଦେଶର ଲକ୍ଷ୍ମୌରେ ଗୌରୀଙ୍କ ନାମରେ ମାମଲା ରୁଜୁ ହୋଇଛି । ଗୌରୀ ଖାନଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଧାରା ୪୦୯ (ଟ୍ରଷ୍ଟର ଅପରାଧିକ ଉଲ୍ଲଂଘନ) ଅନୁଯାୟୀ ପଞ୍ଜିକୃତ ହୋଇଛି। ଖବର ମୁତାବକ, ମୁମ୍ବାଇର ବାସିନ୍ଦା ଜସୱନ୍ତ ଶାହ ତୁଲସିୟାନୀ କନଷ୍ଟ୍ରକ୍ସନ ଆଣ୍ଡ ଡେଭଲପର୍ସ ଲିମିଟେଡ୍ ଠାରୁ ଏକ ଫ୍ଲାଟ୍ କିଣିଥିଲେ । ଯାହାର ଦାମ୍ କୋଟିଏ ଟଙ୍କା ରହିଥିଲା । ଏହି କମ୍ପାନୀ ଜସୱନ୍ତ ଶାହଙ୍କ ଠାରୁ ୮୬ ଲକ୍ଷ ନେଇସାରି ଥିଲେ କିନ୍ତୁ ତାଙ୍କୁ ଫ୍ଲାଟ ଦେଇ ନଥିବା ଅଭିଯୋଗ ହୋଇଛି। ତେଣୁ ଗୌରୀଙ୍କ ନାମରେ ବ୍ୟକ୍ତି ଜଣକ ଅଭିଯୋଗ ଦାଏର କରିଛନ୍ତି ।
ଯେଉଁ କମ୍ପାନୀରେ ଗୌରୀ ବ୍ରାଣ୍ଡ ଆମ୍ବାସାଡର ଅଛନ୍ତି, ସେହି କମ୍ପାନୀ ତାଙ୍କୁ ଠକିଛି। ଅଭିଯୋଗରେ ଦର୍ଶାଯାଇଛି ଯେ, ଲକ୍ଷ୍ନୌରେ ସୁଶାନ୍ତ ଗଲ୍ଫ ସିଟି ଅଞ୍ଚଳରେ ତୁଲସିୟାନି ଗଲ୍ଫ ଭ୍ୟୁରେ ଥିବା ଫ୍ଲାଟ ଅନ୍ୟ କାହାକୁ ଦିଆଯାଇଛି। ତେବେ ଏହି ଘଟଣାରେ ଗୌରୀଙ୍କ ବ୍ୟତୀତ ତୁଲସିୟାନି କନଷ୍ଟ୍ରକସନ ଆଣ୍ଡ ଡେଭଲପମେଣ୍ଟ ଲିମିଟେଡର ସିଏମଡି ଅନିଲ କୁମାର ତୁଲସିଆନି ଏବଂ ଏହାର ନିର୍ଦ୍ଦେଶକ ମହେଶ ତୁଲସିୟାନୀଙ୍କ ବିରୋଧରେ ମଧ୍ୟ ଅଭିଯୋଗ କରାଯାଇଛି।