ବାଲେଶ୍ୱର : ଖନ୍ତାପଡ଼ା ଥାନାରେ ଭିଜିଲାନ୍ସ ରେଡ । ଭିଜିଲାନ୍ସ ଜାଲରେ ଦୁଇ ପୋଲିସ କର୍ମଚାରୀ । ଖନ୍ତାପଡ଼ା ଥାନା ରେ କାର୍ୟ୍ୟରତ ASI ରତିକାନ୍ତ ଦାସ ଏବଂ ହୋମଗାଡ଼ ଶଶିକାନ୍ତ ମହାପାତ୍ର ପଥର ବୁଝେଇ ଟ୍ରକର ମାଲିକଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ବାଲେଶ୍ୱର ଭିଜିଲାନ୍ସ ଟିମ୍ । ଗତ ଫେବୃୟାରୀ ଚାରି ତାରିଖ ଦିନ ବାଗୁଡ଼ିରୁ ବାଲେଶ୍ୱର ଯାଉଥିବା ଏକ ବୋଲଡର ଗାଡିକୁ ଧରିଥିଲା ଖନ୍ତାପଡ଼ା ପୋଲିସ । ଗାଡି ମଳିକ ଗୌରାଙ୍ଗ ମାହାନା କୋଟ ରୁ ଗାଡି ରିଲିଜ କରିବା ପରେ ମଧ୍ୟ ଖନ୍ତାପଡ଼ା ଥାନାର ASI ରତିକାନ୍ତ ଦାସ ୩୦ ହଜାର ଟଙ୍କା ଦାବି କରିଥିଲେ । ପରେ ଗୌରାଙ୍ଗ ବାଲେଶ୍ୱର ଭିଜିଲାନ୍ସ ରେ ଅଭିଯୋଗ କରିଥିଲେ । ଆଜି ଭିଜିଲାନ୍ସ ର ଦୁଇ ଟି ଟିମ ଆସି ଜଗି ରହିଥିଲେ । ୨୦ ହଜାର ଟଙ୍କା ASI ରତିକାନ୍ତ ଦାସ ଏବଂ ହୋମଗାର୍ଡ ଶଶିକାନ୍ତ ମହାପାତ୍ର ଟଙ୍କା ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ । ଟଙ୍କା ନେବା ରେ କେବଳ ଇଗ୍ଦସ ନେଇଛନ୍ତି ନା ଅନ୍ୟ ଉଚ୍ଚ ଅଧିକାରୀ ମାନେ ସମ୍ପୃକ୍ତି ଅଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଅଧିକ ତଦନ୍ତ କରୁଛି ବାଲେଶ୍ୱର ଭିଜିଲାନ୍ସ ।