ସ୍ୱଛତାର ସହ ଘର ବଣ୍ଟନ ନେଇ ରାଜ୍ୟ ସରକାର ସବୁ ପ୍ରକାର ପଦକ୍ଷେପ ନେଇଛନ୍ତି : ପ୍ରଦୀପ ଅମାତ

ଭୁବନେଶ୍ୱର: ଆବାସ ଯୋଜନାରେ ପୁଳାପୁଳା ଅଭିଯୋଗ। ସବୁ ପଂଚାୟତରେ ସଂଭାବ୍ୟ ତାଲିକାକୁ ନେଇ ଗଣ୍ଡଗୋଳ ପରିସ୍ଥିତି ।ଏନେଇ ପାଞ୍ଚୟତି ରାଜ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ପ୍ରତିକ୍ରିୟା। ଘର ବଣ୍ଟନ ନେଇ ସମ୍ଭାବ୍ୟ ତାଲିକା ପ୍ରକାଶ ପାଇଛି । ସ୍ୱଛତାର ସହ ଘର ବଣ୍ଟନ ନେଇ ରାଜ୍ୟ ସରକାର ସବୁ ପ୍ରକାର ପଦକ୍ଷେପ ନେଇଛନ୍ତି । ଯେଉଁମାନେ ଅଯୋଗ୍ୟ ସେମାନେ ଅଭିଯୋଗ ବାକ୍ସ ରେ ଅଭିଯୋଗ କରିପାରିବେ। ଯାଞ୍ଚ କଲା ପରେ ଅଯୋଗ୍ୟକୁ ବାଦ ଦିଆଯିବ। ଏଥିପାଇଁ ବିଜ୍ଞାପନ ଦେବା ସହ ଫୋନ ନମ୍ବର ଦିଆଯାଇଛି । ଯେଉଁମାନେ ଚାହିଁବେ ଅଭିଯୋଗ କରିପାରିବେ।