ମା ଘଟାଇଲା ଉନ୍ମକ୍ତ କାଣ୍ଡ, ଛୁଆକୁ ମାରି ନିଜେ ମରିଗଲେ

କଟକ: କଅଁଳ ଛୁଆକୁ ମାରିଲା ମା, । ୩ ବର୍ଷର ଛୁଆକୁ ମାରି ଶେଷରେ ଆତ୍ମହତ୍ୟା କରିଛି ମା । କଟକ ମଧୁପାଟଣା ଥାନା ଅନ୍ତର୍ଗତ ଶ୍ରୀରାମ ନଗର ଅଞ୍ଚଳରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ସୂଚନା ଅନୂଯାୟୀ ନିଜର ୩ ବର୍ଷର ଛୁଆକୁ ତଣ୍ଟିଚିପି ମାରିଦେବା ପରେ ମା ବେକରେ ଶାଢ଼ି ଲଗେଇ ଝୁଲିପଡ଼ିଛନ୍ତି। ଘଟଣାସ୍ଥଳରେ ମଧୁପାଟଣା ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି । ତେବେ ଘଟଣା ପଛର କାରଣ ଜଣାପଡ଼ିନାହିଁ । ଆତ୍ମହତ୍ୟା କରିଥିବା ମହିଳା ଜଣେ ସଫ୍ଟୱେୟାର ଇଞ୍ଜିନିୟରଙ୍କ ସ୍ତ୍ରୀ । ମୃତ ମହିଳା ଶିଳ୍ପୀ ଖୁଣ୍ଟିଆ ବୋଲି ଜଣାଯାଇଛି। ଶିଳ୍ପାଙ୍କ ସ୍ବାମୀଙ୍କ ନାମ ସନ୍ତୋଷ ଖୁଣ୍ଟିଆ ବୋଲି ଜଣାଯାଇଛି। ତାଙ୍କ ପୁତ୍ରର ନାମ ଶିବାନ ବୋଲି ସୂଚନା ମିଳିଛି । ଶିଳ୍ପାଙ୍କ ସ୍ୱାମୀ ଦ୍ୱିତୀୟ ବିବାହ କରିଥିଲେ। ପୂର୍ବରୁ ଏହି ଦମ୍ପତିଙ୍କ କଳହ ନେଇ ଥାନାରେ ମାମଲା ହୋଇଥିଲା । ସେଠାରେ ସମସ୍ୟାର ସମାଧାନ ହୋଇଥିଲା ।