ଚେନ୍ନାଇ: ଦକ୍ଷିଣ ଭାରତୀୟ ଅଭିନେତା ଅଜିତ କୁମାରଙ୍କ ପ୍ରଶଂସକ ‘ଥୁନିଭୁ’ ଫିଲ୍ମି ଦେଖି ଫେରିବା ବେଳେ ଅତି ଉତ୍ସାହିତ ହୋଇ ଚଳନ୍ତା ଟ୍ରକ୍ରୁ ଡେଇଁ ପଡ଼ିଛନ୍ତି। ଯାହା ଦ୍ୱାରା ତାଙ୍କର ମୃତ୍ୟୁ ଘଟିଛି । ପ୍ରଶଂସକ ଜଣକ ଚେନ୍ନାଇର ରୋହିଣୀ ଥିଏଟରରେ ଅଜିତ କୁମାର ହୋଇଥିବା ଜଣାପଡିଛି । ସେ ଫିଲ୍ମି ଦେଖି ଅତି ଉତ୍ସାହିତ ହୋଇ ସେ ଚଳନ୍ତା ଟ୍ରକ୍ରୁ ଡେଇଁ ପଡ଼ିଥିଲେ। ଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ। ତେବେ ଏବେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।