ଭୁବନେଶ୍ୱର : ଓଡ଼ିଶାରେ ଚଳିତ ମାସ ୧୩ ତାରିଖରୁ ରାଜଧାନୀ ଭୁବନେଶ୍ୱର ଏବଂ ରାଉଲକେଲାଠାରେ ଆରମ୍ଭ ହେଉଥିବା ବହୁ ପ୍ରତିକ୍ଷିତ ପୁରୁଷ ହକି ବିଶ୍ୱକପ-୨୦୨୩ ଉପଲକ୍ଷେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ରାଜ୍ୟର ମନ୍ତ୍ରୀମାନେ ବିଭିନ୍ନ ରାଜ୍ୟକୁ ଗସ୍ତ କରିଛନ୍ତି | ସେହି ମର୍ମରେ ଜଙ୍ଗଲ ,ପରିବେଶ ଓ ଜଳବାୟୁ ପରିବର୍ତନ , ପଂଚାୟତି ରାଜ ଓ ପାନୀୟ ଜଳ ,ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଆଜି ପୂର୍ବାହ୍ନରେ ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶାର୍ମାଙ୍କ ଦିସ ପୁରଠାରେ ସାକ୍ଷାତ କରି ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ -୨୦୨୩ରେ ଅତିଥି ଭାବେ ଯୋଗଦେବାପାଇଁ ସଦର ନିମନ୍ତ୍ରଣ କରିଛନ୍ତି | ଏହି ସାକ୍ଷାତ ଅବସରରେ ମନ୍ତ୍ରୀ ଅମାତ ଆସାମର ମୁଖ୍ୟମନ୍ତ୍ରୀ ବିଶ୍ବଶାର୍ମାଙ୍କ ସ୍ୱତନ୍ତ୍ର ଟିସାର୍ଟ ,ରୌପ୍ୟ ସ୍ମାରକ ପ୍ରଦାନ କରିଛନ୍ତି | ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀ ବିଶ୍ବଶାର୍ମା ବ୍ୟକ୍ତିଗତ ନିମନ୍ତ୍ରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆନ୍ତରିକ ସାଧୁବାଦ ଜଣାଇବା ସହ ହକି ବିଶ୍ୱକପ ଆୟୋଜନର ସଫଳତା କାମନା କରିଛନ୍ତି |