ମହାକାଶରେ ଇତିହାସ ରଚିଲା ଫିଲ୍ମ ‘ଦି ଚ୍ୟାଲେଞ୍ଜର’
ମହାକାଶରେ ‘ଦି ଚ୍ୟାଲେଞ୍ଜର’
ନୂଆଦିଲ୍ଲୀ : ମହାକାଶ ଏବେ ପାଲଟିଛି ସୁଟିଂ ସେଟ । ପ୍ରଥମ ଥର ପାଇଁ ମହାକାଶରେ ଦର୍ଶକ ଦେଖିପାରିବ ଫିଲ୍ମର ସୁଟିଂ । ନଜର ଆସିବ ରୁଷିଆ ଫିଲ୍ମ ଦି ଚ୍ୟାଲେଞ୍ଜରର ଟ୍ରେଲର । ଯେଉଁଥିରେ ଦେଖିବାକୁ ମିଳିଛି ମହାକାଶର ସୁଟିଂ ସେଟ । ଇଣ୍ଟିନ୍ୟାସନାଲ ସ୍ପେସ ଷ୍ଟେସନରେ ସୁଟିଂ ହୋଇଥିବା ଏହି ଫିଲ୍ମକୁ ଦେଖିବାକୁ ଦର୍ଶକ ଖୁବ ଉତ୍ସାହ ଅଛନ୍ତି । ଦି ଚ୍ୟାଲେଞ୍ଜର ଏକ ଫିଚର ଫିଲ୍ମ ହୋଇଥିବା ବେଳେ ଫିଲ୍ମର ପ୍ରଥମ ଭାଗ ୨୦୨୧ରେ ମହାକାଶରେ ୧୨ ଦିନ ଧରି ସୁଟିଂ ହୋଇଥିଲା । ମହାକାଶରେ ଦି ଚ୍ୟାଲେଞ୍ଜରର ସୁଟିଂ ପାଇଁ ଫିଲ୍ମର କଳାକାର ଓ ଟିମ ମେମ୍ବରଙ୍କୁ କଡା ତାଲିମ ଦିଆଯାଇଥିଲା । ଭିନ୍ନ ଭିନ୍ନ ଦୃଶ୍ୟର ସୁଟିଂ ପାଇଁ କଳାକାରଙ୍କୁ ପ୍ରାୟ ୧୨ ଦିନ ଧରି ସମୟ ଲାଗିଥିଲା ।

ତେବେ, ଜଣେ ମହିଳା ଡାକ୍ତରଙ୍କ କାହାଣୀକୁ ନେଇ ନିର୍ମିତ ହୋଇଛି ଫିଲ୍ମ ଦି ଚ୍ୟାଲେଞ୍ଜର । ମହାକାଶରେ ଫସିଥିବା ମହାକାଶଚାରୀଙ୍କୁ ବଚାଂଇବାକୁ ଜଣେ ମହିଳା ଡାକ୍ତରଙ୍କ ଦୁଃସାହାସିକ କାହାଣୀରେ ନିର୍ମାଣ ହୋଇଛି ଫିଲ୍ମ ଦି ଚ୍ୟାଲେଞ୍ଜର । ରୁଷ ମହାକାଶ ଗବେଷଣା କେନ୍ଦ୍ର ରୋସ୍କୋସ୍ମୋସ୍ ଓ ଚ୍ୟାନେଲ ୱାନ ମିଳିତ ଭାବେ ଫିଲ୍ମର ନିର୍ମାଣ କରିଛନ୍ତି । ଫିଲ୍ମରେ ନିର୍ଦ୍ଦେଶନା ଭାର ସମ୍ବାଳିଛନ୍ତି କ୍ଲିମ ସିପେଙ୍କୋ । ଟ୍ରେଳର ରିଲିଜ ହେବାର କିଛି ସମୟ ମଧ୍ୟରେ ଫ୍ୟାନ୍ସଙ୍କୁ ଖୁବ ପସନ୍ଦ ଆସିଛି । ଅପେକ୍ଷାର ଅନ୍ତ ଘଟାଇ ଆସନ୍ତା ଅପ୍ରେଲ ୨୩ ତାରିଖରେ ବଡ ପରଦାରେ ମୁକ୍ତିଲାଭ କରିବ ଫିଲ୍ମ ଦି ଚ୍ୟାଲେଞ୍ଜର । ମହାକାଶରେ ସୁଟିଂ ପରେ ଦ ଚ୍ୟାଲେଞ୍ଜର ନୂଆ ଇତିହାସ ରଚିଛି । ଫିଲ୍ମ ଫ୍ୟାନ୍ସ ମାନଙ୍କୁ ଖୁବ ପସନ୍ଦ ଆସିବ ବୋଲି ଆଶା ରଖାଯାଇଛି ।