ଦୋହଲିଲା ବିମାନ,୩୬ ଯାତ୍ରୀ ଆହତ

ନୂଆଦିଲ୍ଲୀ: ଆକାଶ ମଝିରେ ଦୋହଲିଲା ବିମାନ । ଜୀବନ ବିକଳରେ କମ୍ପୁଛନ୍ତି ଯାତ୍ରୀ । ବିମାନଟି ଲ୍ୟାଣ୍ଡିଙ୍ଗ କରିବା ପୂର୍ବରୁ ଦୋହଲିବା ଯୋଗୁଁ ୩୬ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଏଭଳି ଦୁର୍ଘଟଣା ଘଟିଛ ଫିନିକ୍ସରୁ ହନଲୁଲୁ ଯାଉଥିବା ହୱାଇୟାନ ବିମାନରେ । ସୂଚନା ଅନୁଯାୟୀ ପାଣିପାଗ ପରିବର୍ତ୍ତନ ଯୋଗୁ ଓ ପ୍ରବଳ ପବନ ଯୋଗୁଁ ହୱାଇୟାନ୍ ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନ ଦୋହଲି ଯାଇଛି । ଦୁର୍ଘଯଣାରେ ୩୬ ଯାତ୍ରୀ ଆହତ ୋଇଥିବା ବେଳେ ୧୧ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ୨୦ ଜଣଙ୍କୁ ଏମରେଜନ୍ସି ଚିକିତ୍ସା ପାଇଁ ହନଲୁଲୁ ମେଡିକାଲ ସର୍ଭିସେସ୍କୁ ପଠାଯାଇଛି।