ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ଜିଲ୍ଲା କମିଟି ବୈଠକ ଅନୁଷ୍ଠିତ

ରାଇରଙ୍ଗପୁର : ଆଗକୁ ସାଧାରଣ ନିର୍ବାଚନ ଆସନ୍ନ । ଏଥିପାଇଁ ସମସ୍ତ ରାଜନୈତିକ ଦଳ ରଣାଙ୍ଗନରେ ବର୍ତ୍ତି ହେବାପାଇଁ ନିଜର ରଣ କୌଶଳ ପ୍ରସ୍ତୁତି କରୁଛନ୍ତି । ସଂଗଠନକୁ ମଜଭୁତ ଓ ସୁଦୃଢ କରିବା ପାଇଁ ସମସ୍ତେ ଵ୍ୟଗ୍ର । ରାଇରଙ୍ଗପୁରସ୍ଥ ଯାତ୍ରୀ ନିବାସ ପରିସରରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଜିଲ୍ଲା କମିଟି ବୈଠକ ଜିଲ୍ଲା ସଭାପତି ଶ୍ରୀ ସନାତନ ମୁଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ଅଂଜନୀ ସୋରେନ୍,ସଚିବ ଶ୍ରୀ ଦୁବରାଜ ନାଗ, ବରିଷ୍ଠ ଝାମୁମୋ ନେତା ଦିଲିପ ଦାସଙ୍କ ସମେତ ନେତୃବୃନ୍ଦ ଉପସ୍ଥିତ ଥିଲେ । ଜିଲ୍ଲାର ସାଂଗଠନିକ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଆଗାମି ନିର୍ବାଚନରେ ଦଳ କିଭଳି ନିର୍ବାଚନ ରେ ଲଢି ବିଜୟ ହାସଲ କରିବ ସେଥିପାଇଁ କଣ ‘କ’ଣ ପଦକ୍ଷେପ ନେବ ତାହା ଆଲୋଚନା କରାଯାଇଥିଲା । ଶେଷରେ ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ଅଂଜନୀ ସୋରେନ୍ ଆଦିବାସୀ ସାନ୍ତାଳୀ,ମୁଣ୍ଡା,ମୁଣ୍ଡାରୀ ଭାଷାରେ ସରକାରଙ୍କ ଦ୍ବାରା ଦିର୍ଘ ୧୫ ବର୍ଷ ହେଲା ନିୟୋଜିତ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ ଠିକ୍ ଭାବରେ ଦରମା ପ୍ରଦାନ କରୁ ନ ଥିବାରୁ ଦିର୍ଘ ୨୧ ଦିନ ହେଲା ସେମାନେ ରାଇରଙ୍ଗପୁର ରୁ ଭୂବନେଶ୍ବର ପଦଯାତ୍ରାରରେ ଚାଲିଛନ୍ତି । ସେମାନଙ୍କ ପ୍ରତି ପକ୍ଷପାତିତା,ଅନ୍ୟାୟ,ଅଣଦେଖା ଓ ପାତ୍ର ଅନ୍ତର କରୁଛନ୍ତି ।ସେମାନଙ୍କ ସମସ୍ୟା ପ୍ରତି ଗୁରୁତ୍ବ ଦିଆଯାଇ ଅନ୍ୟ ଶିକ୍ଷକଙ୍କ ଭଳି ଦରମା ପ୍ରଦାନ କରନ୍ତୁ ।ଦରମା ଟାଳଟୁଳ ନୀତି ଯୋଗୁଁ ଆସନ୍ତା କାଲି ରାଜ୍ୟ ଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ସ୍ଥାନୀୟ ମୁର୍ମୁ ଛକରେ ଦଳ ତରଫରୁ ଦାହ କରାଯିବ ।