ପଦ୍ମପୁର/ହରପ୍ରସାଦ ବିଷୋୟୀ: ପଦ୍ମପୁରର ଅଂଚଳ କଲେଜର ଇତିହାସ ଅଧ୍ୟାପକ କୃଷ୍ଣ ମୋହନ ପଣ୍ଡା, ମାଣ୍ଡୋଶିଳ ଡିଗ୍ରୀ କଲେଜର ଇନଚାର୍ଜ ଅଧ୍ୟକ୍ଷ ବିନୟ ରଞ୍ଜନ ପଣ୍ଡା ଏବଂ ସୁଧୀର କୁମାର ରଥ ରାଜନୀତି ବିଜ୍ଞାନ ଅଧ୍ୟାପକ ଦଭା ଉଚ୍ଚ ମାଧ୍ୟମିକ ସ୍କୁଲର ଏହି ତିନି ଜଣକ ଉପରେ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ନିଆଯାଇ ସେମାନଙ୍କୁ ନିଲମ୍ବନ କରଯାଇଛି । ତଦନ୍ତ ପରେ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ତାଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ନେଇଛି ବରଗଡ ଜିଲ୍ଲା ନିର୍ବାଚନ ଅଧିକାରୀ ।
୧୯ ନଭେମ୍ବର ରେ ସରକାରୀ ସ୍କୁଲ ଓ ସରକାରୀ କଲେଜରେ ଅଧ୍ୟାପକ, ପ୍ରାଧ୍ୟାପକ, ଓରିନ୍ସିପାଲଙ୍କ ସହ ବୈଠକ କରାଇଲେ ମନ୍ତ୍ରୀ ରୋହିତ ପୂଜାରୀ । ନିର୍ବାଚନ ସଂକ୍ରାନ୍ତରେ ବୈଠକ ହୋଇଥିଲା । ତାରକା ପ୍ରଚାରକ ଥାଇ ନୀୟମ ଭାଙ୍ଗିଥିଲେ ।ରୋହିତ ପୂଜାରୀଙ୍କ ଉପରେ କାର୍ୟ୍ୟାନୁଷ୍ଠାନ କେବେ ହେବ ବୋଲି ପ୍ରଶ୍ନ କରିଛି ବିଜେପି ।ତାଙ୍କୁ ପଦ୍ମପୁରରୁ ତଡିପାର କରିବା ସହ ସମ୍ପୂର୍ଣ ନିର୍ବାଚନ ପ୍ରକ୍ରିୟାରୁ ବାଦ୍ ଦିଆଯାଉ ବୋଲି ଦାବି କରିଛି ବିଜେପି ।
ତିନିଜଣଙ୍କ ବିରୁଦ୍ଧରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲା ବିଜେପି । ସରକାରୀ ଚାକିରୀରେ ଥାଇ ନିୟମ ବିରୁଧ କାର୍ୟ କରୁଥିଲେ ଏହି ଅଧିକାରୀ ।ତଦନ୍ତ କରି ବରଗଡ଼ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ କାର୍ୟ୍ୟାନୁଷ୍ଠାନ ନେଇଛନ୍ତି । ବିଜେପି ସାଧାରଣ ସମ୍ପାଦିକା କହିଛନ୍ତି ତଥ୍ୟ ପ୍ରମାଣ ସହ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲା ଦଳ । ଆଜି ପ୍ରମାଣିତ ହୋଇଛି ବିଜେପି ଯେଉଁ ଅଭିଯୋଗ ଆଣିଥିଲା ତାହା ସତ୍ୟ । ବିଜେଡିକୁ ଏହା ଶକ୍ତ ଚାପୁଡ଼ା ।