ସମସ୍ତ ସହାୟତା ଯୋଗାଇ ଦିଆଯିବ

ଭୁବନେଶ୍ୱର :ଯାଜପୁର ଜିଲ୍ଲା କୋରାଇ ରେଳ ଷ୍ଟେସନରେ ଭୟଙ୍କର ଟ୍ରେନ ଦୁର୍ଘଟଣା । ମାଲବାହୀ ଟ୍ରେନ ଲାଇନଚ୍ୟୁତ ହେବା ପରେ ପ୍ଲାଟଫର୍ମ ଟିକେଟ୍‌ କାଉଣ୍ଟର ଉପରକୁ ମାଡ଼ିଯାଇଛି । ପ୍ଲାଟଫର୍ମରେ ଟ୍ରେନକୁ ଅପେକ୍ଷା କରିଥିବା କିଛି ଯାତ୍ରୀଙ୍କ ଉପରେ ମାଡ଼ି ଯାଇଥିଲା ଟ୍ରେନ୍ । ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୩ ଜଣ ଗୁରୁତର ଆହତ ହୋଇଛନ୍ତି ।ମାଲବାହୀ ରେଳ ଦୁର୍ଘଟଣା ନେଇ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘଟଣାସ୍ଥଳକୁ ନିଜେ ଯାଉଛି ତଦାରଖ କରିବା ପାଇଁ। SRCଙ୍କ ସହ ଆଲୋଚନା କରିଛି। ମୁଖ୍ୟମନ୍ତ୍ରୀ ସହାୟତା ଘୋଷଣା କରି ସାରିଛନ୍ତି। ଯାହା ସହାୟତା ଦରକାର ତାହା ଯୋଗାଇ ଦିଆଯିବ।