ପୌରପରିଷଦର ଚତୁର୍ଥ ସାଧାରଣ ବୈଠକରେ ଅସନ୍ତୋଷ ବଖାଣିଲେ ସ୍ୱାଧୀନ କାଉନସିଲର

ଗଞ୍ଜାମ(ରଜନୀକାନ୍ତ ପାତ୍ର):ଆଜି ଗଂଜାମ ଜିଲ୍ଲା ହିଂଜିଳିକାଟୁ ପୋୖର ପରିଷଦର ଚତୁର୍ଥ ସାଧରଣ ବୈଠକ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଉପାଧ୍ୟକ୍ଷା ସୂଚିତ୍ରା ପଣ୍ଡା,ତହସିଲଦାର ତଥା ଭାରପ୍ରାପ୍ତ ପୌର ନିର୍ବାହୀ ଅଧିକାରୀ ପ୍ରଭାତ କୁମାର ପରିଡ଼ା ମଞ୍ଚାସୀନ ଥିଲେ ।ଆଜିର ବୈଠକରେ ଅଗଷ୍ଟ, ସେପ୍ଟେମ୍ବର ଓ ଅକ୍ଟୋବର ମାସର ଆୟବ୍ୟୟ ହିସାବ ସହ କିଛି ୱାର୍ଡର ସମସ୍ୟା ଉପରେ ଆଲୋଚନା ହୋଇଥିଲା ।ସମସ୍ତ କାଉନସିଲର ନିଜର ୱାର୍ଡ ସହର ଉର୍ନତି ନିମନ୍ତେ ମତା ମତ ଦେଇଥିଲେ ତତ ସହ ଅଭିଯୋଗ ଭି ଜଣାଇଥିଲେ I ୧୧ ନଂ ୱାର୍ଡକୁ ଆଲୋକୀକରଣ ପାଇଁ ସ୍ୱାଧୀନ କାଉନସିଲର ଅମୁଲ୍ୟ ସାହୁ ମତ ପ୍ରକାଶ କରିଥିଲେ ।୧୫ ନଂ ୱାର୍ଡର ସ୍ୱାଧୀନ କାଉନସିଲର ଗୋପବନ୍ଧୁ ବେହେରା  ସହରର ମୃତ ବ୍ୟକ୍ତିଙ୍କ ନାଁରେ ଥିବା ଗୃହକୁ ମୁନିସିପାଲିଟି ଦଖଲକୁ ଆଣିବା,ସରକାରୀ ଜାଗାକୁ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି କାହିଁକି ଅକ୍ତିଆର କରିବା,ମଧୁବାବୁ ପାର୍କିଙ୍ଗ ସ୍ଥଳରେ ବେଆଇନ ଗ୍ରୁହ ନିର୍ମାଣକୁ ବନ୍ଦ କରିବା,ବସ ଟର୍ମିନାଲର ଗୃହକୁ ବେଆଇନ ଭାବେ କବଜା କରିଥିବା ବ୍ୟକ୍ତି ବିଶେଷଙ୍କୁ ଉଚ୍ଛେଦ କରିବା ପାଇଁ ପରାମର୍ଶ ଦେଇଥିଲେ ।ସେପଟେ ପୋୖରାଞ୍ଚଳର ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟ ଶୀଘ୍ର ସାରିବାକୁ କିଛି କାଉନସିଲର ମତ ରଖିଥିଲେ ।ତେବେ ଉଭୟ ୧୪ ଓ ୧୫ନଂ ସ୍ବାଧୀନ କାଉନସିଲର ସେମାନେ ରଖିଥିବା ଉପରୋକ୍ତ ଅଭିଯୋଗକୁ ପରିଷଦର ନିର୍ଦ୍ଧାରିତ ବହିରେ ସ୍ଥାନିତ ନ କରିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ।ଏହା ସହ ଉକ୍ତ ବହିରେ ଉଭୟ କାଉନସିଲର ସ୍ବାକ୍ଷର କରି ନ ଥିଲେ ।ଉକ୍ତ ବୈଠକରେ ସମସ୍ତ କାଉନସିଲରଙ୍କ ସମେତ କନିଷ୍ଠ ଯନ୍ତ୍ରୀ ଦିଲ୍ଲୀପ କୁମାର ମିଶ୍ର ଓ ମାନସ ରଞ୍ଜନ ଦାଶ ଉପସ୍ଥିତ ଥିଲେ ।