ପୋଖରୀରେ ବୁଡି ମହିଳା ମୃତ

ହରିଚନ୍ଦନପୁର(ପରେଶ କୁମାର ସେଠୀ): କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଗଉଣୀଘଷା ପାଞ୍ଚାୟତ ଅନ୍ତର୍ଗତ ରାବଣଗାଡ଼ିଆ ସାହିରେ ପୋଖରୀରେ ବୁଡି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମିଳିଥିବା ଖବର ଅନୁଯାୟୀ ଗ୍ରାମର ଶତ୍ରୁଘନ ମହାନ୍ତଙ୍କ ପତ୍ନୀ କ୍ଷୀରମଣି ମହାନ୍ତ ଆଜି ଅପରାହ୍ନରେ ଗ୍ରାମ ନିକଟସ୍ଥ ପୋଖରୀ କୁ ଗାଧୋଇବାକୁ ଯାଇବୁଡି ଯାଇଥିଲେ। ଦୀର୍ଘ ସମୟ ଧରି କ୍ଷୀରମଣି ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଖୋଜାଥିଲେ ମଧ୍ୟ କ୍ଷୀରମଣୀଙ୍କ କୌଣସି  ସନ୍ଧାନ ପାଇନଥିଲେ । ପୋଖରୀରେ ଶବ ଭାସୁଥିବା ଦେଖି ଗ୍ରାମବାସୀ ପୋଲିସ ଓ ଅଗ୍ନିଶମ ବାହିନୀଙ୍କ ଖବରଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ପୋଲିସ ଉପସ୍ଥିତରେ ଅଗ୍ନିଶମ ବାହିନୀ କ୍ଷୀରମଣିଙ୍କ ମୃତଦେହୁକୁ ଉଦ୍ଧାର କରିଥିଲେ। ଏହି ଘଟଣା ରେ ହରିଚନ୍ଦନପୁର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।